ବୈଦେଶ୍ବର କପ୍‌ ଜିତିଲା କୁମାରବସ୍ତ

ବାଙ୍କୀ: ବାଙ୍କୀ ବ୍ଲକ୍‌ର ତ୍ରିକୁଟ ଧାମ ଭାବେ ପରିଚିତ ବୈଦେଶ୍ବରଠାରେ ଦିଶା କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏକାଦଶ ବୈଦେଶ୍ବର କପ୍‌ କ୍ରିକେଟ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ରେ ଆଠଗଡର ଷ୍ଟାର୍‌ କ୍ରିକେଟ୍‌ ଦଳକୁ ପରାସ୍ତ କରି ଖୋର୍ଧା କୁମାରବସ୍ତ କ୍ରିକେଟ ଦଳ ବିଜେତା ହୋଇଛି। ପ୍ରଥମେ ବ୍ୟାଟି˚ କରି ଆଠଗଡ ଦଳ ନିର୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୪ ରନ୍‌ କରିଥିଲା। ଜବାବରେ କୁମାରବସ୍ତ ଦଳ ମାତ୍ର ୧୩ ଓଭରରେ ୧୫୫ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ମାତ୍ର ୧୩ ବଲ୍‌ରୁ ୫୭ ରନ୍‌ କରିଥିବା ମୃତ୍ୟୁଞ୍ଜୟ ସି˚ ଫାଇନାଲ୍‌ ସମେତ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ବିଜେତା କୁମାରବସ୍ତ ଦଳକୁ ୧୨ ହଜାର ଟଙ୍କା ସହ ଟ୍ରଫି ଏବ˚ ଉପବିଜେତା ଆଠଗଡ ଦଳକୁ ୮ ହଜାର ଟଙ୍କା ସହ କପ ପ୍ରଦାନ କରାଯାଇଥିଲା। ସୁନିଲ କୁମାର ବେହେରା ଓ ଅର୍ଣ୍ଣ ପଟ୍ଟନାୟକ ମ୍ୟାଚ୍‌ ପରିଚାଳନା କରିଥିବା ବେଳେ ଦିଶା କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। କ୍ଲବ୍‌ ଉପସଭାପତି ପ୍ରେମାନନ୍ଦ ବେହେରାଙ୍କ ସ˚ଚାଳନରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ‘ସମ୍ବାଦ’ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସୈାମ୍ୟର˚ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ କ୍ଷେତ୍ରରେ ଯୁବଗୋଷ୍ଠୀ ପାରଦର୍ଶିତା ଦେଖାଇବା ଉପରେ ଗୁରୁତ୍ବାରୋପ କରିଥିଲେ। ଖେଳପଡିଆରେ ଦେଖାଉଥିବା ଉତ୍ସାହ ପରି ନିଜ ପରିବାର, ସମାଜ ତଥା ରକ୍ତଦାନ କ୍ଷେତ୍ରରେ ମଧ୍ୟ ସମାନ ଭାବେ ଯୁବଗୋଷ୍ଠୀ ଉତ୍ସ‌ାହ ଦେଖାଇବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଖେଳର ହାର୍‌ଜିତକୁ ମାନଦଣ୍ତ ଭାବେ ନନେଇ ଏହାକୁ ସ˚ପର୍କ ଯୋଡିବାର ମାଧ୍ୟମ ଭାବେ ନେବାକୁ ପରାମର୍ଶ ଦେଇଥିଲେ। ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, ବାଙ୍କୀ କ୍ରୀଡା ସ˚ସଦର ସ˚ପାଦକ ସନ୍ତୋଷ କୁମାର ରଣା, ସରପ˚ଚ ଉର୍ମିଳା ସାହୁ, ସୁଲୋଚନା ରଣା, ସିନେ ତାରକା ପାର୍ଥ ସାରଥୀ ରାୟ, ଗୀତା ଦାଶ ଓ ସତ୍ୟକାମ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଦିଶା କ୍ଲବ୍‌ର ସ˚ପାଦକ ସୁବିତ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ବିଶ୍ବନାଥ ଦାଶ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର