କୁମ୍ବଲେ-କୋହଲିଙ୍କ ମତଭେଦ ପଦାରେ ପଡ଼ିଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଦୁଇ ପୂର୍ବତନ ମୁଖ୍ୟ ଅନିଲ କୁମ୍ବଲେ ଓ ବିରାଟ କୋହଲିଙ୍କ ମଧ୍ୟରେ ମତଭେଦ କଥା ଢେର ଚର୍ଚ୍ଚାକୁ ଆସିଥିଲେ ମଧ୍ୟ କିଛି ଠୋସ୍ ପ୍ରମାଣ ନଥିଲା। ଏବେ କିନ୍ତୁ ସେହି ପ୍ରସଙ୍ଗ ଉପରୁ ପରଦା ହଟିଛି। ଭାରତୀୟ ଦଳ ୨୦୧୬-୧୭ରେ ଭଲ ଖେଳି ୱେଷ୍ଟଇଣ୍ଡିଜ୍‌ରେ ବିଜୟୀ ହେବା ସହ ଚାମ୍ପିଅନ୍ସ ଟଫିରେ ଚମତ୍କାର ଖେଳି ଫାଇନାଲ୍ ଯାଇଥିଲା। ଏହା ସତ୍ତ୍ବେ ମାତ୍ର ବର୍ଷକରେ ମୁଖ୍ୟ ପ୍ରଶିକ୍ଷକ ଅନିଲ କୁମ୍ବଲେ ଅସମୟରେ ଇସ୍ତଫା ପ୍ରଦାନ କରିଥିଲେ। ଅସହ୍ୟ ସମ୍ପର୍କ ଦର୍ଶାଇ କୁମ୍ବଲେ ଓହରିଯାଇଥିଲେ। ସେତେବେଳେ ଅନିଲ କୁମ୍ବଲେ-ବିରାଟ କୋହଲି ମଧ୍ୟରେ ତିକ୍ତ ସମ୍ପର୍କ ମୁଖ୍ୟ କାରଣ ବୋଲି ଚର୍ଚ୍ଚା ବି ହୋଇଥିଲା। ୨୦୧୭ ମସିହା ପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କ ନିଯୁକ୍ତ ପ୍ରଶାସନିକ ସମିତି (ସିଓଏ)ର ମୁଖ୍ୟ ଥିବା ପୂର୍ବତନ ସିଏଜି ବିନୋଦ ରାଏ ନିଜ ରଚିତ ପୁସ୍ତକ ‘ନଟ୍‌ ଜଷ୍ଟ୍ ଏ ନାଇଟୱାଚ୍‌ମ୍ୟାନ୍‌-ମାଇଁ ଇନିଂସ ଇନ୍‌ ଦ ବିସିସିଆଇ’ରେ ଏହି ପ୍ରସଙ୍ଗର ସ୍ପଷ୍ଟୀକରଣ ମିଳିଛି। ଅଧିନାୟକ ଏବଂ ଦଳୀୟ ମ୍ୟା‌‌ନେଜମେଣ୍ଟ୍‌ ସହ କଥା ହୋଇଥିଲି। କୁମ୍ବଲେଙ୍କ ସମ୍ପର୍କରେ କୋହଲି କହିଥିଲେ ସେ କେଉଁଠି ମାତ୍ରାଧିକ ଆନୁଶାସନରେ ବିଶ୍ବାସ ରଖୁଥିବାରୁ ଦଳୀୟ ସଦସ୍ୟମାନେ ଖୁସି ନ ଥିଲେ। ଏହି କଥା ବିନୋଦ ରାଏ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ଯୁବ ଖେଳାଳିଙ୍କ ସହ କୁମ୍ବଲେ ଯେଭଳି ବ୍ୟବହାର କରୁଛନ୍ତି ତାହା ଗ୍ରହଣୀୟ ନ ଥିଲା ବୋଲି କୋହଲି ବିନୋଦ ରାଏଙ୍କୁ କହିଥିଲେ। ୨୦୧୬ ମସିହାରେ କୁମ୍ବଲେ ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ପଦ ସମ୍ଭାଳିଥିଲେ ମଧ୍ୟ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ପାକିସ୍ତାନ ନିକଟରୁ ପରାଜୟ ପରେ ଇସ୍ତଫା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର