ଆନନ୍ଦପୁର: ଆନନ୍ଦପୁରର ପୂର୍ବତନ ନଗରପାଳ ସ୍ୱର୍ଗତ କୁଶରଞ୍ଜନ ପଟ୍ଟନାୟକଙ୍କ ସ୍ମୃତିରେ ଆନନ୍ଦପୁର ଷ୍ଟାଡିୟମରେ ଚାଲିଥିବା ରାଜ୍ୟସ୍ତରୀୟ କୁଶ ପଟ୍ଟନାୟକ ସ୍ମାରକୀ ଫୁଟ୍ବଲ୍ ପ୍ରତିଯୋଗିତା ବୁଧବାର ଉଦ୍ଯାପିତ ହୋଇଛି। ଫାଇନାଲ୍ରେ କଟକ ଦୌଡ଼କୁଦ ସଂଘକୁ ୨-୦ ଗୋଲ୍ରେ ପରାସ୍ତ କରି ଭୁବନେଶ୍ୱରର ଜଗା ୟୁନାଇଟେଡ୍ ବିଜେତା ହୋଇଛି। ପ୍ରଥମାର୍ଦ୍ଧ ଗୋଲ୍ଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଦ୍ଧରେ ଜମିର ଓରାମ ଦୁଇଟିଯାକ ଗୋଲ୍ ଦେଇଥିଲେ। ଜ୍ୟୋତିପ୍ରକାଶ ସ୍ୱାଇଁ, ବିଜୟ ମାରାଣ୍ଡି, ଅକ୍ଷୟ ହେମ୍ବ୍ରମ, ଉତ୍ତମ ବାରିକ ଖେଳ ପରିଚାଳନା କରିଥିଲେ। ସୁରେଶ ଜେନା ଧାରାବିବରଣୀ ଦେଇଥିଲେ। ବିଜେତା ଦଳର ଗୋଲ୍ରକ୍ଷକ ମୁନା ନାୟକଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା।
କମିଟିର ସଂଗଠନ ସମ୍ପାଦକ ନବରଞ୍ଜନ ପଟ୍ଟନାୟକଙ୍କ ସଂଯୋଜନାରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ମୁଖ୍ୟ ଅତିଥି, କମିଟି ସଭାପତି ତଥା ବିଶିଷ୍ଟ ଶିଳ୍ପପତି ତାରାରଂଜନ ପଟ୍ଟନାୟକ ବିଶେଷ ଅତିଥି ଭାବେ ଯୋଗଦେଇଥିଲେ। ଫାଇନାଲ୍ ମ୍ୟାଚ୍ର ମୁଖ୍ୟ ଆକର୍ଷଣ ଥିଲେ ଅଭିନେତ୍ରୀ ଜିନା ସାମଲ ଓ ଅଭିନେତା ରୁଦ୍ର ପାଣିଗ୍ରାହୀ। ଏହି ଅବସରରେ ଆନନ୍ଦପୁରର ଗଣମାଧ୍ୟମ ପ୍ରତିନିଧି ଓ ବରିଷ୍ଠ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଫାଇନାଲ୍ ପୂର୍ବରୁ ଅନୁଷ୍ଠିତ ପ୍ରଦର୍ଶନୀ ମହିଳା ଫୁଟ୍ବଲ୍ ମ୍ୟାଚ୍ରେ ଭୁବନେଶ୍ୱରର ନୀତା ଅମ୍ବାନି କ୍ଲବ୍ ୧-୦ ଗୋଲ୍ରେ କଟକର ମହିଳା ଦୌଡ଼କୁଦ ସଂଘକୁ ପରାସ୍ତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/fsh4f9sh498fs4h98fshsffffffffffffff.jpg)