କୁଶ ପଟ୍ଟନାୟକ ସ୍ମାରକୀ ଏନ୍‌ଏମ୍‌ ଭୂୟାଁ ଟ୍ରଫି:ସେମିରେ ରାମେଶ୍ୱର

ଭୁବନେଶ୍ୱର: ମୁକ୍ତେଶ୍ୱର କ୍ରିକେଟ୍‌ କ୍ଲବ୍‌ ଆନୁକୂଲ୍ୟରେ ଚାଲିଥିବା କୁଶ ପଟ୍ଟନାୟକ ସ୍ମାରକୀ ଏନ୍‌ଏମ୍‌ ଭୂୟାଁ ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତାରେ ସେମିଫାଇନାଲ୍‌ରେ ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ ପ୍ରବେଶ କରିଛି। ସୋମବାର ରାମେଶ୍ୱର ସ୍ପୋର୍ଟିଂ ୩୧ ରନ୍‌ରେ ପାରାମାଉଣ୍ଟ୍‌ ସ୍ପୋର୍ଟିଂକୁ ହରାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାମେଶ୍ୱର ବିଶ୍ୱଜିତ ଭୂୟାଁ (୭୦ ରନ୍‌, ୭୧ ବଲ୍‌, ୨ ଛକା, ୫ ଚୌକା)ଙ୍କ ଅର୍ଧଶତକ ବଳରେ ୩୫ ଓଭରରେ ୨୧୨ ରନ୍‌ କରିଥିଲା। ପରେଶ ପଟେଲ ୪୦ ଏବଂ ପ୍ରିୟବ୍ରତ ପ୍ରଧାନ ୩୧ ରନ୍‌ର ଯୋଗଦାନ କରିଥିଲେ। ପାରାମାଉଣ୍ଟ୍‌ ପକ୍ଷରୁ ହିତେଶ ନାୟକ ୩ ଏବଂ ରଜନୀଶ ଯାଦବ ଓ ଅମିତାଭ ରାଉତ ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ପାରାମାଉଣ୍ଟ୍‌ ୩୧.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୮୧ ରନ୍‌ କରି ପାରିଥିଲା। ଋଷିକେଶ ଦାସ ୪୧ ଓ ଅଭୟ ମଲ୍ଲିକ ୨୯ ରନ୍‌ କରିଥିଲେ। ସୁବ୍ରତ ବେହେରା ୩ ଏବଂ ରାକେଶ ଶର୍ମା, ବିଶ୍ୱଜିତ ମଲ୍ଲିକ ଓ ଲାଲୁ ମହାନ୍ତି ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିଶ୍ୱଜିତ୍‌ ଭୂୟାଁଙ୍କୁ ଅତିଥି ବିଶ୍ୱଜିତ ଦାଶ ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚ୍‌କୁ ରଂଜିତ ମହାରଣା ଏବଂ ଅଜୟ ନାୟକ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର