ଭୁବନେଶ୍ୱର: ମୁକ୍ତେଶ୍ୱର କ୍ରିକେଟ୍ କ୍ଲବ୍ ତା’ର ବାର୍ଷିକ କ୍ରିକେଟ୍ ପ୍ରତିଯୋଗିତା ଭାବେ କୁଶ ପଟ୍ଟନାୟକ ସ୍ମାରକୀ ଏନ୍ଏମ୍ ଭୂୟାଁ ଟ୍ରଫି ଆସନ୍ତା ୨୪ ତାରିଖରୁ ଆୟୋଜନ କରିବ। ଏହି ପ୍ରତିଯୋଗିତା ମାର୍ଚ ୪ ତାରିଖରେ ଶେଷ ହେବ। ପୂର୍ବଥରଠାରୁ ଏଥର ଦୁଇଟି ଦଳ କମ୍ ଭାଗ ନେଉଥିଲା ବେଳେ ବିଜେତା ଓ ଉପବିଜେତାଙ୍କ ପୁରସ୍କାର ରାଶିରେ ବୃଦ୍ଧି କରାଯାଇଛି। ଗତଥର ମୋଟ ୧୦ ଦଳ ଭାଗ ନେଇଥିଲେ। ହେଲେ ଏଥର ୮ ଦଳକୁ ନେଇ ପ୍ରତିଯୋଗିତା ଆୟୋଜନ ହେବ। ଗତଥର ଭାଗ ନେଇଥିବା ସ୍କାନ୍ ଓ ଝାରସୁଗୁଡ଼ା ପ୍ରୋଗ୍ରେସିଭ୍ ଏଥର ଭାଗ ନେଉନାହାନ୍ତି। ତେଣୁ ୮ ଦଳ ଦୁଇଟି ଗ୍ରୁପ୍ରେ ଭାଗ ହୋଇଛନ୍ତି। ଗ୍ରୁପ୍-ଏରେ ଗତବର୍ଷର ବିଜେତା ରାଇଜିଂ ଷ୍ଟୁଡେଣ୍ଟ୍ ସାଙ୍ଗକୁ ରାମେଶ୍ୱର, ପାରାମାଉଣ୍ଟ୍ ଓ ବିଶ୍ୱଭାରତୀ କ୍ରିକେଟ୍ କ୍ଲବ୍ ସାମିଲ ଥିଲା ବେଳେ ଗ୍ରୁପ୍-ବିରେ ଗତବର୍ଷର ଉପବିଜେତା ଆୟୋଜକ ଏମ୍ସିସି (ମୁକ୍ତେଶ୍ୱର କ୍ରିକେଟ୍ କ୍ଲବ୍) ସହିତ ସହିଦ ସ୍ପୋର୍ଟିଂ, ପ୍ରଗତି ସ୍ପୋର୍ଟିଂ ଓ ସୋଲାର କ୍ରିକେଟ୍ ଏକାଡେମି ସାମିଲ ଅଛନ୍ତି। ଏହି ପ୍ରତିଯୋଗିତା ପ୍ରତି ମ୍ୟାଚ୍ ୪୦ ଓଭର ବିଶିଷ୍ଟ ରହିବ ଏବଂ ଧଳା ପୋଷାକ ଓ ନାଲି ବଲ୍ରେ ଖେଳାଯିବ। ଗତଥର ବିଜେତାକୁ ୩୦ ଓ ଉପବିଜେତାକୁ ୨୦ ହଜାର ଟଙ୍କାର ପୁରସ୍କାର ରାଶି ମିଳିଥିଲା ବେଳେ ଏଥର ଏହି ରାଶି ପରିମାଣକୁ ଯଥାକ୍ରମେ ୪୦ ଓ ୨୫ ହଜାରକୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ପ୍ରତି ମ୍ୟାଚ୍ର ଶ୍ରେଷ୍ଠ, ଫାଇନାଲ୍ର ଶ୍ରେଷ୍ଠ, ପ୍ରତିଯୋଗିତାର ଶ୍ରେଷ୍ଠ, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ଶ୍ରେଷ୍ଠ ବୋଲର ପୁରସ୍କାର ବ୍ୟବସ୍ଥା ମଧ୍ୟ ରହିଛି। ଅନ୍ୟଥର ଭଳି ଏଥର ମଧ୍ୟ ରାଜ୍ୟର ଜଣେ ପ୍ରତିଷ୍ଠିତ ମହିଳା କ୍ରିକେଟ୍ର୍ଙ୍କୁ ବର୍ଷର ଶ୍ରେଷ୍ଠ ପୁରସ୍କାର ଭାବେ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ। ପ୍ରତିଯୋଗିତା ଆୟୋଜନ ନେଇ କ୍ଲବ୍ ପକ୍ଷରୁ ବୁଧବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ଗୁର୍ଜିତ୍ ସିଂହ ଚୌହାନ୍, ନବରଞ୍ଜନ ପଟ୍ଟନାୟକ, ସଂପାଦକ ପ୍ରଶାନ୍ତ ମହାପାତ୍ର, ଯୁଗ୍ମ ସଂପାଦକ ଅଜିତ୍ କୁମାର ବିଶ୍ୱାଳ, କୋଷାଧ୍ୟକ୍ଷ ଗୌରପ୍ରସାଦ ନନ୍ଦ ଏବଂ ଉପଦେଷ୍ଠା ଶୁଭାଶିଷ ଭୂୟାଁ ସବିଶେଷ ସୂଚନା ଦେଇଥିଲେ। ଖରା ଓ ଗରମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଆୟୋଜକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ବିଜେତା ଟ୍ରଫି ଏନ୍ଏମ୍ ଭୂୟାଁଙ୍କ ନାମରେ ନାମିତ ଥିଲା ବେଳେ ଜୟନ୍ତ ମିଶ୍ରଙ୍କ ସ୍ମୃତିରେ ଉପବିଜେତା ଟ୍ରଫି ପ୍ରଦାନ କରାଯିବ।
କୁଶ ପଟ୍ଟନାୟକ ସ୍ମାରକୀ ଏନ୍ଏମ୍ ଭୂୟାଁ ଟ୍ରଫି ୨୪ରୁ
ଏଥର ୮ ଦଳ; ବିଜେତାକୁ ମିଳିବ ୪୦,୦୦୦ ଟଙ୍କା
/sambad/media/post_attachments/wp-content/uploads/2018/02/10-Mukteswar-Cricket-Press-meet.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)