ଆନନ୍ଦପୁର: ଆନନ୍ଦପୁର ଷ୍ଟାଡ଼ିୟମଠାରେ ଚାଲିଥିବା ପ୍ରଥମ କୁଶରଂଜନ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟ୍ବଲ୍ ପ୍ରତିଯୋଗିତାରେ ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚରେ ଭୁବନେଶ୍ୱରର ୟାଜଦାନି କ୍ଲବ ୭୩ କଟକର ବାରବାଟୀ ସ୍ପୋର୍ଟିଂକୁ ୨-୦ ଗୋଲରେ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛି। ଖେଳର ପ୍ରଥମାର୍ଦ୍ଧରେ ୟାଜଦାନୀ କ୍ଲବ ଗୋଟିଏ ଗୋଲ ଦେଇଥିବା ବେଳେ ଦ୍ଵିତୀୟାର୍ଦ୍ଧରେ ଆଉ ଗୋଟିଏ ଗୋଲ ଦେଇ ବିଜୟୀ ହୋଇଥିଲା। ଦୀପକ ମିଂଜଙ୍କୁ ଶେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ଆୟୋଜକ ସମିତିର ସଂପାଦକ ନବରଂଜନ ପଟ୍ଟନାୟକ, ମନୋରଂଜନ ପଟ୍ଟନାୟକ, ଶଶିରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଶୁକ୍ରବାର ଓଡ଼ିଶା ପୁଲିସ୍ ଓ କଟକ କ୍ରୀଡ଼ା ଛାତ୍ରାବାସ ମଧ୍ୟରେ ଦ୍ଵିତୀୟ ସେମି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।
କୁଶରଂଜନ ସ୍ମାରକୀ ଫୁଟ୍ବଲ୍ ଫାଇନାଲ୍ରେ ୟାଜ୍ଦାନି
/sambad/media/post_attachments/wp-content/uploads/2018/03/Foot-ball-kusa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)