ଆନନ୍ଦପୁର: ବିଶିଷ୍ଟ ଫୁଟ୍ବଲ୍ ଖେଳାଳି ତଥା ଆନନ୍ଦପୁରର ପୂର୍ବତନ ପୌରାଧ୍ୟକ୍ଷ ସ୍ୱର୍ଗତ କୁଶରଂଜନ ପଟ୍ଟନାୟକଙ୍କ ସ୍ମୃତିରେ ସ୍ଥାନୀୟ ଷ୍ଟାଡ଼ିୟମଠାରେ ଚାଲିଥିବା ପ୍ରଥମ କୁଶରଂଜନ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟ୍ବଲ୍ ପ୍ରତିଯୋଗିତାରେ ମଙ୍ଗଳବାର ଭୁବନେଶ୍ୱର ୟାଜଦାନି କ୍ଲବ୍-୭୩ ୬-୫ ଟାଇବ୍ରେକର୍ ଗୋଲରେ ୟୁନିଟ୍-୬ ଦୌଡ଼କୁଦ ସଂଘକୁ ପରାସ୍ତ କରିଦେଇଛି। ନିର୍ଧାରିତ ସମୟ ଗୋଳ୍ଶୂନ୍ୟ ରହିବା ପରେ ଟାଇବ୍ରେକରରେ ୟାଜଦାନି କ୍ଲବ୍ ୭୩ ବିଜୟୀ ହୋଇଥିଲା। ଶିବଶଙ୍କର ପଣ୍ଡା ମ୍ୟାଚ୍ ପରିଚାଳନା କରିଥିବା ବେଳେ ସୁଜିିତ୍ କୁମାର ପାତ୍ର, ସୁଦୀପ କୁମାର ଦାସ, ପ୍ରଶାନ୍ତ କୁମାର ପାଲ ପ୍ରମୁଖ ତାଙ୍କୁ ସହଯୋଗ କରିଥିଲେ। ଆନନ୍ଦପୁର ଡିଏଫ୍ଓ ଅଜିତ କୁମାର ଶତପଥୀ ଓ ବିଡ଼ିଓ ଉମାକାନ୍ତ ପରିଡ଼ା ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଆୟୋଜକ ସମିତିର ସଂପାଦକ ନବରଂଜନ ପଟ୍ଟନାୟକ, ମନୋରଂଜନ ପଟ୍ଟନାୟକ, ଶଶିରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବୁଧବାର ଭୁବନେଶ୍ୱରର କିଶୋର କ୍ଲବ ଓ କଟକ କ୍ରୀଡ଼ା ଛାତ୍ରାବାସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ।
କୁଶରଂଜନ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟବଲ:ୟାଜ୍ଦାନି କ୍ଲବ୍ ୭୩ ବିଜୟୀ
/sambad/media/post_attachments/wp-content/uploads/2018/03/Football.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)