କାତାର ଓପନ୍‌ ଜିତି ଶୀର୍ଷ ୧୦କୁ ଫେରିଲେ କ୍ୱିତୋଭା

ଦୋହା: ଚେକ୍‌ ଗଣରାଜ୍ୟର ପେଟ୍ରା କ୍ୱିତୋଭା କାତାର ଓପନ୍‌ ଟେନିସ୍‌ ମହିଳା ଏକକ ମୁକୁଟ ହସଲ ସହ ଡବ୍ଲୁଟିଏ ମାନ୍ୟତାର ଶୀର୍ଷ ୧୦କୁ ଫେରିଛନ୍ତି। ରବିବାର ଫାଇନାଲ୍‌ରେ କ୍ୱିତୋଭା ୩-୬, ୬-୩, ୬-୪ ସେଟ୍‌ରେ ଚତୁର୍ଥ ମାନ୍ୟତା ସ୍ପେନ୍‌ର ଗାର୍ବିନେ ମୁଗୁରୁଜାଙ୍କୁ ହରାଇ ଟ୍ରଫି କରାୟତ କରିଥିଲେ। ଏହି ବିଜୟ ସହ ଷୋଡ଼ଶ ମାନ୍ୟତାରେ ଥିବା କ୍ୱିତୋଭା ୬ ସ୍ଥାନ ଉପରକୁ ଲମ୍ଫ ଦେଇ ଦଶମରେ ପହଞ୍ଚିଥିଲେ। ସେମିଫାଇନାଲ୍‌ରେ ସେ ଶୀର୍ଷ ମାନ୍ୟତା ଡେନ୍‌ମାର୍କ ଖେଳାଳି କାରୋଲିନ୍‌ ଓ୍ଵଜନିଆକିଙ୍କୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲେ।

ସମ୍ବନ୍ଧିତ ଖବର