ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଚେସ୍ ସଂଘ ଅନୁକୂଲ୍ୟରେ ସ୍ଥାନୀୟ ଟଙ୍କପାଣି ରୋଡ୍ସ୍ଥିତ ସାଇ ବୀଣାପଣି ଜ୍ଞାନମନ୍ଦିରଠାରେ ଆୟୋଜିତ ଦ୍ବିତୀୟ ଲଡ଼ୁ କିଶୋର ନାୟକ ସ୍ମାରକୀ ରାଜ୍ୟ ସ୍କୁଲ୍ ଓପନ୍ ଚେସ୍ ପ୍ରତିଯୋଗିତାରେ ଜ୍ଞାନଜ୍ୟୋତି ସିଂହ ୬ ପଏଣ୍ଟ ପାଇ ବିଜେତା ହୋଇଛନ୍ତି। ଶୁଭମ ପ୍ରତୀକ ମିଶ୍ର, ମାନସୀ ଜେ ସାମଲ ଓ ଭୀନିତ ନାୟକ ୫ ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମେ ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ନମଶ୍ୟ ନଳିନୀ (୪.୫ ପଏଣ୍ଟ୍), ରିତ୍ବିକ ରାଜ ମିଶ୍ର, ରୋନିତ ଅଗ୍ରୱାଲ, ସାଇ ବିଦ୍ୟାଶ୍ରୀ, ସାୟେଂଶୁ ସେନାପତି ଓ ଶ୍ରୀମାନ ଦାଶ (୪ ପଏଣ୍ଟ୍) ପଞ୍ଚମରୁ ଦଶମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ବିଭିନ୍ନ ବୟସ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିବା ସାତ୍ବିକ ସ୍ବାଇଁ, ଅନିଷା ଆଚାର୍ଯ୍ୟ, ଆୟୂଷ ପରିଡ଼ା, ଆଦିତ୍ୟ ଜେନା, ଉଦୟକାନ୍ତ ନାୟକ, ଶୁଭମ ମହାରଣା, ସାଇ ଶକ୍ତି ପଣ୍ଡା, ଅର୍ଜିତ ଦାସ, ଅଦିତି ମହାରଣା, ମୌଖତିକା ନାୟକ ପୁରସ୍କାର ପାଇଥିଲେ। ସାଇ ଅଂଶୁମାନ ସିଂହ, କ୍ରିତିକ ଘୋଷ, ବିଭୋର ପ୍ରିୟଦର୍ଶୀ, ଅମୃତା ପ୍ରିୟାଲକ୍ଷ୍ମୀ, ଆନନ୍ଦ କୃଷ୍ଣ ପାଣିଗ୍ରାହୀ ଓ ଆଦ୍ୟାଶ୍ରୀ ପଣ୍ଡାଙ୍କୁ ସାନ୍ତ୍ବନାମୂଳକ ପୁରସ୍କାର ମିଳିଥିଲା। ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ବରିଷ୍ଠ ଆଙ୍କୋଲୋଜିଷ୍ଟ ଅମିତାଭ ଜେନା, ଇନ୍ସ୍ପେକ୍ଟର ପ୍ରିୟଦର୍ଶୀ ନାୟକ, ଓଡ଼ିଶା ରାଜ୍ୟ ଚେସ୍ ସଂଘ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ, ସାଇ ବୀଣାପଣି ଜ୍ଞାନମନ୍ଦିର ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର ଓ ପ୍ରଧାନ ଶିକ୍ଷକ ମମତା ମହାପାତ୍ର ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।
ଲଡ଼ୁ କିଶୋର ନାୟକ ସ୍ମାରକୀ ରାଜ୍ୟ ସ୍କୁଲ୍ ଓପନ୍ ଚେସ୍: ଜ୍ଞାନଜ୍ୟୋତି ବିଜେତା, ଶୁଭମ୍ ଦ୍ବିତୀୟ
/sambad/media/post_attachments/wp-content/uploads/2022/08/sf654hs654h56fshfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)