ଲଗାତାର ଦ୍ୱିତୀୟ ବର୍ଷ ୩-୦

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷରେ ରବିବାର ୫ ଓ୍ଵିକେଟ୍‌ ବିଜୟ ସହିତ ଭାରତୀୟ ଦଳ ୩-୦ରେ ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ହାତେଇ ନେଇଛି। ଏହି ଅବସରରେ ଏକାଧିକ କୀର୍ତିମାନ ଏବଂ ଉଲ୍ଲେଖନୀୟ ପରିସଂଖ୍ୟାନ ନଜରକୁ ଆସିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଭାରତ ଟେ୍ଵଣ୍ଟି-୨୦ ଅନ୍ତର୍ଜାତୀୟରେ ୩-୦ ଶୃଙ୍ଖଳା ବିଜୟ ସଫଳତା ପାଇଛି। ୨୦୧୬ ଜାନୁଆରିରେ ଭାରତ ମଧ୍ୟ ୩-୦ରେ ଅଷ୍ଟ୍ରେଲିଆକୁ ହରାଇଥିଲା।
୭୧.୪୨ ପ୍ରତିଶତ ଓ ଲଗାତାର ସପ୍ତମ
ଟେ୍ଵଣ୍ଟି-୨୦ ଅନ୍ତର୍ଜାତୀୟରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ୭୧.୪୨ ପ୍ରତିଶତ ମ୍ୟାଚ୍‌ ଜିତିଛି। ୧୪ ଖେଳି ୧୦ ଜିତିଥିବାବେଳେ ୪ ହାରିଛି। ଏହି ଫର୍ମାଟରେ ମଧ୍ୟ ଶ୍ରୀଲଙ୍କା ବିପକ୍ଷରେ ଭାରତ ଲଗାତାର ସପ୍ତମ ମ୍ୟାଚ୍‌ ଜିତିଛି। ୨୦୧୬ ଫେବ୍ରୁଆରିରୁ ୨୦୧୭ ଡିସେମ୍ବର ୨୪ ମଧ୍ୟରେ ଏହି ୭ ମ୍ୟାଚ୍‌ ଖେଳାଯାଇଛି। କୌଣସି ପ୍ରତିପକ୍ଷ ବିପକ୍ଷରେ ଏହା ଯୁଗ୍ମ ସର୍ବାଧିକ। ୨୦୧୩ ଅକ୍ଟୋବର ୧୦ରୁ ୨୦୧୭ ଅକ୍ଟୋବର ୭ ତାରିଖ ମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ମଧ୍ୟ ଲଗାତାର ୭ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଜିତିଥିଲା। ନିର୍ଦ୍ଧିଷ୍ଟ ଦେଶ ବିପକ୍ଷରେ ସର୍ବାଧିକ ବିଜୟର କୀର୍ତିମାନ କିନ୍ତୁ ପାକିସ୍ତାନ (୯, ବନାମ ଜିମ୍ବାେଓ୍ଵ, ୨୦୦୮ରୁ ୧୫) ନାମରେ ରହିଛି।
୨୦୧୭: ସବୁ ଫର୍ମାଟ୍‌ରେ ୩୭ ବିଜୟ
ଚଳିତ ୨୦୧୭ ବର୍ଷରେ ଭାରତ ସବୁ ଫର୍ମାଟ୍‌ (ଟେଷ୍ଟ୍‍, ଦିନିକିଆ ଏବଂ ଟେ୍ଵଣ୍ଟି-୨୦)ରେ ମୋଟ ୩୭ ବିଜୟ ହାସଲ କରିଛି। ଗୋଟିଏ କ୍ୟାଲେଣ୍ଡର୍‌ ବର୍ଷରେ ଏତେ ବିଜୟରେ ଭାରତଠାରୁ କେବଳ ଅଷ୍ଟ୍ରେଲିଆ (୩୮, ୨୦୦୩) ଆଗରେ ରହିଛି। ଏହି ବର୍ଷ ଭାରତ ୫୩ ମ୍ୟାଚ୍‌ ଖେଳି ୩୭ ବିଜୟ ଓ ୧୨ ପରାଜୟ ପାଇଥିବାବେଳେ ଅଷ୍ଟ୍ରେଲିଆ ୨୦୦୩ରେ ୪୭ ମ୍ୟାଚ୍‌ରୁ ୩୮ ବିଜୟ ସହ ୮ ପରାଜୟ ପାଇଥିଲା। ବିଦାୟ ନେବାକୁ ବସିଥିବା ବର୍ଷରେ ଭାରତ ଟେଷ୍ଟ୍‍ରେ ୧୧ ଖେଳି ୭ ବିଜୟ, ୧ ପରାଜୟ, ୩ ଅମୀମାଂସିତ ପାଇଛି। ଦିନିକିଆରେ ୨୯ ମ୍ୟାଚ୍‌ରୁ ୨୧ ବିଜୟ, ୭ ପରାଜୟ, ଗୋଟିଏ ଫଳାଫଳ ବିହୀନ ରହିଛି। ଟେ୍ଵଣ୍ଟି-୨୦ରେ ୧୩ ଖେଳି ୯ ବିଜୟ, ୪ ପରାଜୟ ଲଭିଛି।
ଦୀର୍ଘତମ ଦ୍ୱିପାକ୍ଷିକ ଅପରାଜେୟ
ଭାରତ ୨୦୧୫ରୁ ୨୦୧୭ ମଧ୍ୟରେ ଘରୋଇ ମାଟିରେ ଲଗାତାର ଭାବେ ୧୬ ଶୃଙ୍ଖଳା ଜିତିଛି। ଭାରତ ନାମରେ ସର୍ବାଧିକ ୨୪ (୧୯୮୮-୧୯୯୯) ଘରୋଇ ଶୃଙ୍ଖଳା ବିଜୟ କୀର୍ତିମାନ ରହିଛି। େଓ୍ଵଷ୍ଟ୍‌ଇଣ୍ଡିଜ୍‌ (୨୩, ୧୯୭୪-୯୦) ଏବଂ ଅଷ୍ଟ୍ରେଲିଆ (୨୩, ୨୦୦୩-୦୮) ଦ୍ୱିତୀୟ ସ୍ଥାନରେ ମିଳିତ ଭାବେ ରହିଛନ୍ତି। ଅନ୍ୟପକ୍ଷରେ ଶ୍ରୀଲଙ୍କା ଟେ୍ଵଣ୍ଟି-୨୦ ଅନ୍ତର୍ଜାତୀୟରେ ଲଗାତାର ଅଷ୍ଟମ ପରାଜୟ ବରଣ କରି ବାଂଲାଦେଶ (୨୦୧୬-୧୭) ସହ ମିଳିତ ଚତୁର୍ଥରେ ରହିଛି। ଜିମ୍ବାେଓ୍ଵ (୧୬, ୨୦୧୦-୧୩), ବାଂଲାଦେଶ (୧୨, ୨୦୦୭-୧୦), ୟୁଏଇ (୯, ୨୦୧୬-୧୭) ପଛକୁ ପଛ ରହିଛନ୍ତି।
୨୦୧୭ରେ ୪୦ ପରାଜୟ
ବିଦାୟୀ ୨୦୧୭ ମସିହାରେ ଶ୍ରୀଲଙ୍କା ମୋଟ ୪୦ ପରାଜୟ ବରଣ କରି ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୮ଟି ଅଧିକ ପରାଜୟର ଲଜ୍ଜା ପାଇଛି। ୨୦୧୭ରେ ଶ୍ରୀଲଙ୍କା ୫୭ ଖେଳି ୧୪ ଜିତିଛି ୪୦ ହାରିଛି। ଟେଷ୍ଟ୍‌ରେ ୧୩ରୁ ୪ ବିଜୟ, ୭ ପରାଜୟ, ଦିନିକିଆରେ ୨୯ରୁ ୫ ବିଜୟ, ୨୩ ପରାଜୟ ଏବଂ ଟେ୍ଵଣ୍ଟି-୨୦ରେ ୧୫ ଖେଳି ୫ ବିଜୟ, ୧୦ ପରାଜୟ ଲଭିଛି।
ରୋହିତଙ୍କ ଛକା କୀର୍ତିମାନ
୨୦୧୭ ମସିହାରେ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ୬୫ ଛକା ମାରି ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସ (୬୩, ୨୦୧୫)ଙ୍କୁ ପଛରେ ପକାଇ ଦେଇଛନ୍ତି। ଭାରତ-ଶ୍ରୀଲଙ୍କା ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ମଧ୍ୟ ରୋହିତ ସର୍ବାଧିକ ୧୩ ଛକା ମାରି ଶୀର୍ଷରେ ରହିଛନ୍ତି। ରୋହିତ ୫୪.୦୦ ହାରରେ ୧୬୨ ରନ୍‌ କରିବା ଏକ ଦ୍ୱିପାକ୍ଷିକ ଶୃଙ୍ଖଳାରେ ଦ୍ୱିତୀୟ ସର୍ବାଧିକ। ୨୦୧୫-୧୭ ଅଷ୍ଟ୍ରେଲିଆ ଶୃଙ୍ଖଳାରେ ବିରାଟ କୋହଲି ୧୯୯.୦୦ ହାରରେ ମୋଟ ୧୯୯ ରନ୍‌ କରିବା ଆଗରେ ରହିଛି।
ଜୟଦେବଙ୍କ ପ୍ରଥମ ଓ ଶ୍ରେଷ୍ଠ
ବାମହାତୀ ଦ୍ରୁତ ବୋଲର ଜୟଦେବ ଉନାଦ୍‌କଟ୍‌ (୪-୦-୧୫-୨) ରବିବାର ରାତିରେ ନିଜ ଟେ୍ଵଣ୍ଟି-୨୦ ଅନ୍ତର୍ଜାତୀୟ ଖେଳ ଜୀବନର ଶ୍ରେଷ୍ଠ ବୋଲିଂ କରିଥିଲେ। ପ୍ରଥମ ଥର ମଧ୍ୟ ମ୍ୟାଚ୍‌ର ଶ୍ରେଷ୍ଠ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଓ୍ଵାସିଂଟନ୍‌ ସୁନ୍ଦର (୧୮ ବର୍ଷ ୮୦ ଦିନ) ସର୍ବକନିଷ୍ଠ ଖେଳାଳି ଭାବେ ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ ପଦାର୍ପଣ କରି ଋଷବ ପନ୍ତ (୧୯ ବର୍ଷ ୧୨୦ ଦିନ)ଙ୍କୁ ପଛରେ ପକାଇଥିଲେ।
ଭାଙ୍ଗିଲା ଓ୍ଵାଙ୍ଖ୍‌ଡେ ଧାରା
ଶ୍ରୀଲଙ୍କା ବିପକ୍ଷ ବିଜୟ ମଧ୍ୟ ଭାରତକୁ ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ପରାଜୟ ଧାରା ଭାଙ୍ଗିବାରେ ସହାୟକ ହୋଇଛି। ଓ୍ଵାଙ୍ଖ୍‌ଡେରେ ଭାରତ ପୂର୍ବରୁ ଖେଳିଥିବା ପ୍ରଥମ ଦୁଇ ମ୍ୟାଚ୍‌ ହାରିଥିଲା। ୨୦୧୨ ମସିହାରେ ପଦାର୍ପଣ ଟେ୍ଵଣ୍ଟି-୨୦ରେ ଅଶୋକ ଦିଣ୍ଡାଙ୍କ ଶେଷ ବଲ୍‌କୁ ଛକା ମାରି ଇଅନ୍‌ ମୋର୍ଗାନ୍‌ ଇଂଲଣ୍ଡକୁ ବିଜୟୀ କରାଇଥିଲେ। ସେହିଭଳି ୨୦୧୬ ମାର୍ଚ ମାସରେ ବିଶ୍ୱ ଟେ୍ଵଣ୍ଟି-୨୦ର ସେମିଫାଇନାଲ୍‌ରେ ପରବର୍ତୀ ସମୟରେ ବିଜେତା ହୋଇଥିବା େଓ୍ଵଷ୍ଟଇଣ୍ଡିଜ୍‌ ନିକଟରୁ ହୃଦୟ ବିଦାରକ ପରାଜୟ ଲଭିଥିଲା। ପ୍ରଥମରୁ ଅଶ୍ୱିନ୍‌ଙ୍କ ନୋ ବଲ୍‌ କାରଣରୁ ବର୍ତିଥିବା ଲେଣ୍ଡଲ୍‌ ସିମନ୍‌ସ ଶେଷକୁ ମ୍ୟାଚ୍‌ ବିଜୟୀ ପାଳି (୮୨, ୫୧ ବଲ୍‌) ଖେଳି ୧୯୩ ରନ୍‌ ଲକ୍ଷ୍ୟକୁ ୨ ବଲ୍‌ ପୂର୍ବରୁ ହାସଲ କରି ନେଇଥିଲେ।

ସମ୍ବନ୍ଧିତ ଖବର