ଲଖି ଜିତିଲେ ଫାଲ୍‌କନ୍‌ ଗଲ୍‌ଫ ଟ୍ରଫି

ଭୁବନେଶ୍ୱର: ଭୁବନେଶ୍ୱର ଗଲ୍‌ଫ କୋର୍ସ (ବିଜିସି)ରେ ଅନୁଷ୍ଠିତ ଫାଲକନ୍‌ ଟ୍ରଫି ଗଲ୍‌ଫ ପ୍ରତିଯୋଗିତାରେ ଅଜୟ ନେିଗି ଏବଂ ଲଖି ସ୍ୱାଇଁ ଦୁଇ ପ୍ରମୁଖ ବର୍ଗରେ ବିଜେତା ହୋଇଛନ୍ତି। ୧୮ ହୋଲ୍‌ ବିଶିଷ୍ଟ ଏହି ଷ୍ଟେବଲ୍‌ଫୋର୍ଡ ଫର୍ମାଟ୍‌ର ୦-୧୮ ହ୍ୟାଣ୍ଡିକ୍ୟାପ୍‌ ବର୍ଗରେ ଅଜୟ ନେଗି ୩୮ ସ୍କୋର୍‌ ସହିତ ବିଜେତା ହୋଇଥିବାବେଳେ ବବ୍‌ଲୁ ସିକ୍‌ଦାର (୩୭) ଦ୍ୱିତୀୟ ସ୍ଥାନରେ ରହିଥିଲେ। ଦଲବୀର୍‌ ସିଂହ ଶ୍ରେଷ୍ଠ ଗ୍ରସ୍‌ (୨୪) ପୁରସ୍କାର ପାଇଥିଲେ। ୧୯-୨୪ ହ୍ୟାଣ୍ଡିକ୍ୟାପ୍‌ ବର୍ଗରେ ପୁଣି ଥରେ ପୁରୁଷଙ୍କୁ ପଛରେ ପକାଇ ମହିଳା ତାରକା ଲଖି ସ୍ୱାଇଁ ବିଜେତା ଟ୍ରଫି ଜିତିଥିିବାବେଳେ ଭିଏସ୍‌ଏସ୍‌ ମଦନ ଉପ ବିଜେତା ହୋଇଥିଲେ। ଲଖି ମଧ୍ୟ ମଦନଙ୍କୁ ୩୮-୩୭ ସ୍କୋର୍‌ରେ ପଛରେ ପକାଇଥିଲେ। ମହିଳା ବିଭାଗରେ ହର୍ଷିଦୀପ କଉର୍‌ (୩୫) ଏବଂ ଜୟଶ୍ରୀ ମିଶ୍ର (୩୩) ପ୍ରଥମ ଦୁଇ ସ୍ଥାନ ସମ୍ମାନ ହାତେଇଥିଲେ। ବୟସ୍କଙ୍କ ବର୍ଗରେ ରାଜେନ୍ଦ୍ର କୁମାର ମିଶ୍ର (୨୦) ଏବଂ ପ୍ରଭୂଦ ରାୟ (୧୪) ଶୀର୍ଷ ଦୁଇ ସ୍ଥାନ ଦଖଲ କରିଥିଲେ। ଶ୍ରେଷ୍ଠ ସହର ବାହାର ଖେଳାଳି ଭାବେ ଧର୍ମେନ୍ଦ୍ର ମିଶ୍ର (୩୨) ସ୍ୱତନ୍ତ୍ର ପୁରସ୍କାର ଜିତିଥିଲେ। ବିଜିସି ସଭାପତି ତାରା ରଂଜନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ପୁରସ୍କାର ପ୍ରଦାନ କରିଥିଲେ। ଦୁଇ ଦିନିଆ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମୋଟ ୯୬ ଜଣ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର