ଲକ୍ଷ୍ମୀପ୍ରସାଦ ବିଶ୍ବ ଟାଏକୋଣ୍ଡୋ ଚାମ୍ପିଅନ୍‌ସିପ ପାଇଁ ରେଫରି

ଭୁବନେଶ୍ବର : ଭାରତୀୟ ଟାଏକୋଣ୍ଡୋ ସଂଘ ଆନୁକୂଲ୍ୟରେ ଦଶମ ଜାତୀୟ ବ୍ଲାକ୍‌ ବେଲ୍ଟ ଟାଇକୋଣ୍ଡୋ ଫିଜିକାଲ ଓ ଟେକ୍‌ନିକାଲ ଫିଟ୍‌ନେସ ସେମିନାର ଏବଂ ପ୍ରଥମ ଚାମ୍ପିଅନ୍‌ ପ୍ରୋଲିଗ୍‌ ଚଳିତ ମାସ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାଣ୍ତ ମାଷ୍ଟର ରାଜେନ୍ଦ୍ରନ୍ ବାଲାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ବୈଷୟିକ ସୂଚକାଙ୍କରେ ୭୪ ପ୍ରଶିକ୍ଷକଙ୍କ ମଧ୍ୟରେ ଅଗ୍ରଣୀ ହୋଇ ଓଡ଼ିଶାର ଥାର୍ଡ ଡାନ ବ୍ଳାକ ବେଲ୍ଟ ଲକ୍ଷ୍ମୀପ୍ରସାଦ ନାୟକ ଜାତୀୟ ଓ ୨୦୨୩ ସେପ୍ଟେମ୍ବରରେ ଦିଲ୍ଲୀରେ ଆୟୋଜିତ ହେବାକୁଥିବା ବିଶ୍ବ ଚାମ୍ପିଅନ୍‌ସିପ ପାଇଁ ରେଫରି ମନୋନିତ ହୋଇଛନ୍ତି।

ଅନ୍ୟପକ୍ଷରେ ପ୍ରଥମ ପ୍ରୋ-ଲିଗ୍‌ରେ ୧୫ଟି ରାଜ୍ୟର ୧୬୬ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଓଡ଼ିଶା ପ୍ରଶିକ୍ଷକ ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ନେତୃତ୍ବରେ କଳିଙ୍ଗ ଯୋଦ୍ଧା ତାଇକୋଣ୍ଡୋ ଏକାଡେମିରେ ପ୍ରଶିକ୍ଷିତ ୨ ପ୍ରତିଯୋଗୀ ଦେବାଶିଷ ବାରିକ ରୌପ୍ୟ ଓ ସ୍ମୃତି ସାଗର ଜେନା କାଂସ୍ୟ ପଦକ ଜିତିଥିଲେ। ଓଡ଼ିଶାର ଏହି ସଫଳତା ପାଇଁ ପ୍ରତିଯୋଗୀମାନଙ୍କୁ ସେଣ୍ଟ ଜାଭିୟର୍ସ ଇଣ୍ଟରନ୍ୟାସନାଲ ସ୍କୁଲ ସମୂହର ଅଧ୍ୟକ୍ଷ ସଭାପତି ବଦ୍ରିନାଥ ପଟ୍ଟନାୟକ, ରୋଟାରିଆନ ଶୁଭକାନ୍ତ ସାମନ୍ତସିଂହାର, କଳିଙ୍ଗ ଯୋଦ୍ଧା ଫାଉଣ୍ଡେସନ ଟ୍ରଷ୍ଟର ଟ୍ରଷ୍ଟି ପ୍ରିୟବ୍ରତ ପାଢ଼ୀ, ପ୍ରଶାନ୍ତ କୁମାର ସାହୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର