ଭୁବନେଶ୍ବର: ସ୍ଥାନୀୟ ନହରକଣ୍ଟାସ୍ଥିତ ଏସ୍ବେସ୍ ଟେନିସ୍ ଏକାଡେମି ପରିସରରେ ଚାଲିଥିବା ପ୍ରଥମ ଏସ୍ବେସ୍ ଟେନିସ୍ ପ୍ରତିଯୋଗିତା ସୋମବାର ଉଦ୍ଯାପିତ ହୋଇଯାଇଛି। ଲଳିତ ଟୁଡୁ, ଦେବବ୍ରତ ପ୍ରଧାନ ଏକାଧିକ ପୁରସ୍କାର ଜିତି ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ଲଲିତ ୧୨ ବର୍ଷରୁ କମ୍ ବାଳକ ଏକକ ଏବଂ ୧୪ ବର୍ଷରୁ କମ୍ ବାଳକ ଯୁଗଳରେ ଟ୍ରଫି ଜିତି ଦ୍ବିମୁକୁଟ ଅର୍ଜନ କରିଛନ୍ତି। ଏକକ ଫାଇନାଲରେ ସେ ଦିଶାନ୍ତ ମହାନ୍ତିଙ୍କୁ ୮-୨ରେ ପରାସ୍ତ କରିଥିଲେ। ଦିଶାନ୍ତଙ୍କୁ ସାଥି କରି ୧୪ ବର୍ଷରୁ କମ୍ ବାଳକ ଯୁଗଳ ବର୍ଗରେ ଏହି ଯୋଡ଼ି ୮-୭ (୮)ରେ ସଂଘର୍ଷପୂର୍ଣ୍ଣ ଭାବେ ଅଭିନବ ସିଂହ ଏବଂ ଦେବବ୍ରତ ପ୍ରଧାନଙ୍କୁ ପରାସ୍ତ କରିଥିଲେ। ୧୪ ବର୍ଷରୁ କମ୍ ବାଳକ ଏକକରେ ଦେବବ୍ରତ ପ୍ରଧାନ ୮-୪ରେ ଅକ୍ଷତ ବେଉରିଆଙ୍କୁ ଏବଂ ୧୬ ବର୍ଷରୁ କମ୍ ବାଳକ ଏକକରେ ଅଭିନବ ସିଂହ ୮-୪ରେ ଦେବବ୍ରତ ପ୍ରଧାନଙ୍କୁ ପରାସ୍ତ କରି ଯୁଗଳ ପରାଜୟର ଦୁଃଖକୁ ଉଭୟ ଭୁଲିଥିଲେ। ୧୪ ବର୍ଷରୁ କମ୍ ବାଳିକା ବର୍ଗରେ ଅଦିତି ପ୍ରଧାନ ୮-୨ରେ ଆହାନଙ୍କୁ ହରାଇ ଟ୍ରଫି ଜିତିଥିଲେ। ଆସ୍ଥା କଲେଜ୍ ଅଫ୍ ମ୍ୟାନେଜମେଣ୍ଟ୍ର ମୁଖ୍ୟ ସନ୍ତୋଷ କୁମାର ଜେନା ପୁରସ୍କାର ପ୍ରଦାନ କରିଥିଲେ। ପ୍ରଶିକ୍ଷକ ଅଜୟ ନିଶଙ୍କ ଏବଂ ଲଳିତ କୁମାର ଦାଶଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଏହି ଦୁଇ ଦିନିଆ ପ୍ରତିଯୋଗିତା ପରିଚାଳିତ ହୋଇଥିଲା।
ଏସ୍ ବେସ୍ ଟେନିସ୍, ଲଳିତଙ୍କୁ ଦ୍ବିମୁକୁଟ
/sambad/media/post_attachments/wp-content/uploads/2019/11/sdgsdg54sdg8s7dfg84sdg654sdf5g64s56g4s5f6g4s65f4gsdfgsdfgsgsg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)