ନୂଆଦିଲ୍ଲୀ: ଆଇପିଏଲ୍‌ର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦି ଅସୁସ୍ଥ ହୋଇପଡ଼ିଛନ୍ତି। କରୋନା ସଂକ୍ରମଣ ଏବଂ ନିମୋନିଆରେ ପୀଡ଼ିତ ହୋଇଥିବା ମୋଦିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଏବେ ଅକ୍ସିଜେନ୍‌ ସପୋର୍ଟରେ ରହିଛନ୍ତି। ଏନେଇ ନିଜେ ମୋଦି ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଇଛନ୍ତି। ‘‘ମୁଁ ଦୁଇ ସପ୍ତାହ ମଧ୍ୟରେ ଦୁଇ ଥର କୋଭିଡ୍‌ ସଂକ୍ରମିତ ହୋଇଥିଲି ଏବଂ ନିମୋନିଆରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଫଳରେ ହସ୍ପିଟାଲରେ ଭର୍ତ୍ତି ହୋଇଛି’’ ବୋଲି ମୋଦି କହିଛନ୍ତି। ହସ୍ପିଟାଲରେ ଭର୍ତ୍ତି ହେବାର ଖବର ସାଙ୍ଗକୁ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଅସୁସ୍ଥ ହୋଇପଡ଼ିବା ପରେ ମୋଦିଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ଅଣାଯାଇଥିଲା। ଦୁଇ ଜଣ ଡାକ୍ତର ଏବଂ ତାଙ୍କ ପୁଅ ବିମାନରେ ତାଙ୍କ ସହ ଆସିଥିଲେ।