ସୋନପୁର: ସୋନପୁର ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ପଡ଼ିଆରେ ଚାଲିଥିବା ୩୨ତମ ସର୍ବଭାରତୀୟ ଲାଲମନୀ କ୍ରିକେଟ ପ୍ରତିଯୋଗିତାର ତୃତୀୟ ଦିବସ ମ୍ୟାଚ୍ରେ ପୂର୍ବତଟ ରେଳବାଇ (ଖୋର୍ଧା) ୧୭୦ ରନ୍ରେ େଓ୍ଵଷ୍ଟର୍ଣ୍ଣ ପ୍ରୋଭିନ୍ସକୁ ହରାଇ ଦ୍ୱିତୀୟ ଦଳ ଭାବରେ ସେମିଫାଇନାଲରେ ପ୍ରବେଶ କରିଛି।
ଖୋର୍ଧା ଦଳ ନିର୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୨୦୧ ରନ୍ କରିଥିଲା। ସୁବିତ ବିଶ୍ୱାଳ (୫୧ ରନ୍, ୩୧ ବଲ୍) ଅପରାଜିତ ଅର୍ଧଶତକ ହାସଲ କରିଥିଲା ବେଳେ ସମୀର ମହାନ୍ତି ୪୬ (୩୪ ବଲ), ରାକେଶ ମହାନ୍ତି ୧୬ (୮ ବଲ), ପ୍ରଶାନ୍ତ ସାହୁ ୨୪ (୮ ବଲ) ଓ ସତ୍ୟଜିତ ୧୨ (୧୪ ବଲ) ରନ୍ କରିଥିଲେ। େଓ୍ଵଷ୍ଟର୍ଣ୍ଣ ଦଳ ପକ୍ଷରୁ ସୁଶାନ୍ତ ଭୋଇ ୩ ଓ୍ଵିକେଟ୍ ନେଇଥିଲେ। ଜବାବରେ େଓ୍ଵଷ୍ଟର୍ଣ୍ଣ ପ୍ରୋଭିନ୍ସ ଦଳ ୧୫.୧ ଓଭରରେ ୭୧ ରନ୍ କରି ସମସ୍ତ ଓ୍ଵିକେଟ୍ ହରାଇଥିଲା। ସିକନ ସେଠୀ ୩୩ (୨୭ ବଲ) ଓ ସୁବିନ ରବାନୀ ୨୩ (୨୧ ବଲ) ରନ୍ କରିଥିଲେ। ଖୋର୍ଧା ଦଳ ପକ୍ଷରୁ ରାକେଶ ମହାନ୍ତି ୨୫ ରନରେ ୪, ଆଲୋକ ମଙ୍ଗରାଜ ୮ ରନ୍ରେ ୩ଟି ଏବଂ ଜୟନ୍ତ ବେହେରା ୮ ରନ୍ରେ ୨ ଓ୍ଵିକେଟ ଅକ୍ତିଆର କରିଥିଲେ। ବିଜୟୀ ଦଳର ରାକେଶ ମହାନ୍ତିଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ଅମିୟ ସାହୁ ଓ ପୃଥ୍ଵୀରାଜ ମିଶ୍ର ମ୍ୟାଚ୍ ପରିଚାଳନା କରିଥିଲେ।
ଆସନ୍ତାକାଲି ପ୍ରଥମ ସେମିଫାଇନାଲ ମ୍ୟାଚ୍ ପ୍ରଗତି ସ୍ପୋର୍ଟିଂ ଓ ପୂର୍ବତଟ ରେଳବାଇ ମଧ୍ୟରେ ଖେଳାଯିବ।
ଲାଲମନୀ ସ୍ମାରକୀ କ୍ରିକେଟ୍: ପୂର୍ବତଟ ରେଳବାଇ ସେମିରେ
/sambad/media/post_attachments/wp-content/uploads/2018/01/Bishnu-kricke.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)