ସର୍ବଭାରତୀୟ କାନ୍‌ବା ପ୍ରିମିୟର୍‌ ଲିଗ୍‌

ଲାଲୁଙ୍କୁ ୫ ଓ୍ଵିକେଟ୍‌; ସେମିଫାଇନାଲ୍‌ରେ ରାମେଶ୍ୱର

ଭୁବନେଶ୍ୱର: ବିହାରର ପାଟନାରେ ଚାଲିଥିବା ସର୍ବଭାରତୀୟ କାନ୍‌ବା ପ୍ରିମିୟର୍‌ ଲିଗ୍‌ କ୍ରିକେଟ୍‌ (ଟେ୍ଵଣ୍ଟି-୨୦) ପ୍ରତିଯୋଗିତାରେ କ୍ରମାଗତ ଦ୍ୱିତୀୟ ବିଜୟ ସହ ପୁରୁଣା ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ ଦଳ ସେମିଫାଇନାଲ୍‌ ସ୍ଥାନ ପକ୍କା କରିନେଇଛି। ବୁଧବାର ପ୍ରଥମ ମ୍ୟାଚ୍‌ରେ ବାରଣାସୀକୁ ୪ ଓ୍ଵିକେଟ୍‌ରେ ପରାସ୍ତ କରିଥିବା ରାମେଶ୍ୱର ଦଳ ଗୁରୁବାର ଦ୍ୱିତୀୟ ମ୍ୟାଚ୍‌ରେ ରାଞ୍ଚିକୁ ୫୦ ରନ୍‌ରେ ପରାସ୍ତ କରିଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ରାମେଶ୍ୱର ଦଳ ଅଧିନାୟକ ବିଶ୍ୱଜିତ୍‌ ଭୂୟାଁ (୫୦)ଙ୍କ ଅର୍ଧଶତକ ଓ କୁନାଲ ମଲ୍ଲିକଙ୍କ ୨୦ ରନ୍‌ ସହାୟତାରେ ୫ ଓ୍ଵିକେଟ୍‌ ହରାଇ ୧୨୦ ରନ୍‌ କରିଥିଲା। ଜବାବରେ ରାଞ୍ଚି ଦଳ ୧୬.୫ ଓଭରରେ ୭୦ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ରାମେଶ୍ୱର ପକ୍ଷରୁ ଲାଲୁ ମହାନ୍ତି ୬ ରନ୍‌ ଦେଇ ୫ ଓ୍ଵିକେଟ୍‌, ବିଶ୍ୱଜିତ୍‌ ମଲ୍ଲିକ ୧୦ ରନ୍‌ ଦେଇ ୩ ଓ ବିଶ୍ୱଜିତ୍‌ ଭୂୟାଁ ୧୯ ରନ୍‌ରେ ୨ ଓ୍ଵିକେଟ୍‌ ନେଇଥିଲେ। ଲାଲୁ ମହାନ୍ତି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର