କୋହଲିଙ୍କ କାର୍ଯ୍ୟକଳାପ ଲାଙ୍ଗରଙ୍କୁ କ୍ରୋଧିତ କରିଥିଲା

ନୂଆଦିଲ୍ଲୀ: ଭାରତ ୨୦୧୮-୧୯ ଋତୁରେ ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଥର ଟେଷ୍ଟ୍‌ ଶୃଙ୍ଖଳା ଜିତିଥିଲା। ଅବିଶ୍ବସନୀୟଭାବେ ବିରାଟ କୋହଲିଙ୍କ ନେତୃତ୍ବରେ ଦଳ ୩-୧ରେ ବର୍ଡର ଗାଭାସ୍କର ଟ୍ରଫି ଜିତି ଇତିହାସ ରଚିଥିଲା। ଏହା ପରେ ଭାରତ ଦିନିକିଆ ଶୃଙ୍ଖଳାକୁ ୨-୧ ଏବଂ ଟ୍ବେଣ୍ଟି-୨୦କୁ ୧-୧ରେ ଅମୀମାଂସିତ ରଖିଥିଲା। ଏହି ଶୃଙ୍ଖଳା ପୂର୍ବରୁ ଅଷ୍ଟ୍ରେଲିଆ ଦଳ‌ ଉପରେ ବଲ୍‌ ବିକୃତିର କଳା ବାଦଲ ରହିଥିଲା। ଏଥିପାଇଁ ଭାରତୀୟ ଅଧିନାୟକଙ୍କ ସହ ‌କଥାବାର୍ତ୍ତା ନ କରିବା ଲାଗି ନି‌ଷ୍ପତ୍ତି ନେଇଥିଲା। ହେଲେ ପଡ଼ିଆ ଭିତରେ କୋହଲିଙ୍କ କାର୍ଯ୍ୟକଳାପ ଅଷ୍ଟ୍ରେଲିଆ ପ୍ରଶିକ୍ଷକଙ୍କୁ କ୍ରୋଧିତ କରିଥିଲା। ‌ମୁଁ ସେହି ଅପରାହ୍ଣ କଥା ମ‌‌ନେପକାଉଛି, କୋହଲି ମ୍ୟାଚ୍‌ ଜିତିବା ପରେ ଏଭଳି ଉତ୍ସବ ପାଳନ କରିଥିଲେ ଯେ ମୁଁ ଅସ୍ତବ୍ୟସ୍ତ ହୋଇ ଯାଇଥିଲି। ମୋତେ ପଞ୍ଚିଂ ବ୍ୟାଗ୍‌ (ଅଭ୍ୟାସ ବେଳେ ମୁ‌‌ଷ୍ଟିଯୋଦ୍ଧାମାନେ ବ୍ୟବହାର କରୁଥିବା ବାଲି ଭର୍ତ୍ତି ବ୍ୟାଗ୍‌) ଭଳି ଅନୁଭବ ହୋଇଥିଲା। ହେଲେ ଆମେ ଏହାର ‌ଜବାବ ନଦେଇ ପଛକୁ ହାତ ରଖିଥିଲୁ ବୋଲି ଲାଙ୍ଗର କହିଛନ୍ତି।

ସମ୍ବନ୍ଧିତ ଖବର