ମେଲ୍ବର୍ଣ୍ଣ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳର ବିଶ୍ବ ବିଜୟିନୀ ଅଧିନାୟିକା ମେଗ୍ ଲାନିଙ୍ଗ୍ ବ୍ୟକ୍ତିଗତ କାରଣ ଦର୍ଶାଇ କ୍ରିକେଟ୍ରୁ ଅନିର୍ଦିଷ୍ଟ ସମୟ ପାଇଁ ବିରତି ନେଇଛନ୍ତି। ଗତ ଦୁଇବର୍ଷର ବ୍ୟସ୍ତତା ମଧ୍ୟରେ ମୁଁ ଲମ୍ବା ବିରତି ନେବାର ନିଷ୍ପତ୍ତି ନେଇଥିଲି। ବିରତି ସମୟରେ ନିଜ ଉପରେ ଅଧିକ ଧ୍ୟାନ ଦେବି ବୋଲି ଅଷ୍ଟ୍ରେଲିଆର ସର୍ବାଧିକ ମ୍ୟାଚ୍ ଖେଳିଥିବା ମହିଳା କ୍ରିକେଟର୍ ଲାନିଙ୍ଗ୍ କହିଛନ୍ତି। ମୋତେ ସମର୍ଥନ ଦେଇଆସିଥିବା କ୍ରିକେଟ୍ ଅଷ୍ଟ୍ରେଲିଆ ଏବଂ ଦଳୀୟ ସାଥୀମାନଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି। ଏନେଇ ବୁଧବାର କ୍ରିକେଟ୍ ଅଷ୍ଟ୍ରେଲିଆ ସ୍ପଷ୍ଟ କରିଛି। ଲାନିଙ୍ଗ୍ଙ୍କ ଏହି ନିଷ୍ପତ୍ତି ଯୋଗୁଁ ସେ ଦ ହଣ୍ଡ୍ରେଡ୍ର ଆଗାମୀ ସଂସ୍କରଣରୁ ବଞ୍ଚିତ ହେବେ। ଦ ହଣ୍ଡ୍ରେଡ୍ରେ ଲାନିଙ୍ଗ୍ ଟ୍ରେଣ୍ଟ୍ ରକେଟ୍ସ ଦଳର ପ୍ରତିନିଧିତ୍ବ କରୁଥିଲେ। ନିକଟରେ ଶେଷ ହୋଇଥିବା ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଷ୍ଟ୍ରେଲିଆକୁ ଲାନିଙ୍ଗ୍ଙ୍କ ନେତୃତ୍ବ ମଧ୍ୟ ସ୍ବର୍ଣ୍ଣ ପଦକ ଦେଇଥିଲା। ଫାଇନାଲ୍ରେ ତାଙ୍କ ଦଳ ଭାରତକୁ ପରାସ୍ତ କରିଥିଲା।
କ୍ରିକେଟ୍ରୁ ବିରତି ନେଲେ ଲାନିଙ୍ଗ୍
/sambad/media/post_attachments/wp-content/uploads/2022/08/hfshsfh5sfh654hf654h65f4s65fhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)