ନୂଆଦିଲ୍ଲୀ: କିଂବଦନ୍ତି କ୍ରିକେଟର୍ ବ୍ରାଏନ୍ ଲାରା ୨୦୨୩ ଋତୁ ପାଇଁ ଆଇପିଏଲ୍ ଦଳ ସନ୍ରାଇଜର୍ସ ହାଇଦ୍ରାବାଦର ନୂଆ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ୫୩ ବର୍ଷୀୟ ଲାରା ପ୍ରଥମ ଥର ପାଇଁ ଏକ ଟି-୨୦ ଫ୍ରାଞ୍ଚାଇଜ୍ର ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ। ଗତ ଡିସେମ୍ବରରେ ଲାରା ସନ୍ରାଇଜର୍ସ ହାଇଦ୍ରାବାଦର କୌଶଳ ଉପଦେଷ୍ଠା ଓ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ। ଏବେ ଟମ୍ ମୁଡିଙ୍କ ବଦଳରେ ମୁଖ୍ୟ ପ୍ରଶିକ୍ଷକ ପଦ ଅଳଙ୍କୃତ କରିଛନ୍ତି। ଏସ୍ଆର୍ଏଚ୍ ଏହାର ଟ୍ବିଟର୍ ହ୍ୟାଣ୍ଡଲ୍ରେ ଏହି ଘୋଷଣା କରିଛି। ଏସ୍ଆର୍ଏଚ୍ ଏବଂ ମୁଡି ଆପୋଷ ବୁଝାମଣା ଭିତରେ ଅଲଗା ହୋଇଥିବା ଅନ୍ୟ ଏକ ଗଣମାଧ୍ୟମ ଦର୍ଶାଇଛି। ୨୦୧୩ରୁ ୨୦୧୯ ମଧ୍ୟରେ ମୁଡି ଏସ୍ଆର୍ଏଚ୍କୁ ୫ ଥର ପ୍ଲେ ଅଫ୍ ନେଇଥିଲେ ଏବଂ ୨୦୧୬ରେ ଦଳ ଡେଭିଡ୍ ୱାର୍ଣ୍ଣରଙ୍କ ନେତୃତୃରେ ଆଇପିଏଲ୍ ବିଜେତା ହୋଇଥିଲା। ୨୦୨୦ରେ ଟ୍ରେଭର ବେଲିସ୍ଙ୍କୁ ମୁଖ୍ୟ ପ୍ରଶିକ୍ଷକ କରାଯିବା ପରେ ଦଳ ମାତ୍ର ୩ଟି ବିଜୟରେ ସୀମିତ ରହିଥିଲା। ୨୦୨୨ରେ ପୁଣି ମୁଡି ପ୍ରଶିକ୍ଷକ ହୋଇଥିବା ବେଳେ ଦଳ ୧୦ ଦଳୀୟ ପ୍ରତିଯୋଗିତାରେ ଅଷ୍ଟମରେ ରହିଥିଲା।
ଲାରା ହାଇଦ୍ରାବାଦ ପ୍ରଶିକ୍ଷକ
/sambad/media/post_attachments/wp-content/uploads/2018/10/brian-lara.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)