ଅବସର ନିଷ୍ପତ୍ତି ବଦଳାଇବେ ଶ୍ରୀଲଙ୍କାର ଅଧିନାୟକ ଲସିଥ୍ ମାଲିଙ୍ଗା

କଲମ୍ବୋ : ଶ୍ରୀଲଙ୍କାର ଅଧିନାୟକ ଲସିଥ୍ ମାଲିଙ୍ଗା ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ପରେ ଅବସର ନେବେ ବୋଲି ଗତ ମାର୍ଚ୍ଚରେ ସୂଚନା ଦେଇଥିଲେ। ମାତ୍ର ଏବେ ସେ ତାଙ୍କ ଅବସର ନିଷ୍ପତ୍ତି ଉପରେ ଆଉଥରେ ବିଚାର କରୁଥିବା କହିଛନ୍ତି। ଦିନିକିଆ କ୍ରିକେଟ୍‌ରୁ ଅବସର ନେଇସାରିଛନ୍ତି। ହେଲେ ଟ୍ବେଣ୍ଟି-୨୦ କ୍ରିକେଟ୍ ସେ ଆହୁରି ୨ ବର୍ଷ ଖେଳିପାରିବେ ବୋଲି କହିଛନ୍ତି। ଟ୍ବେଣ୍ଟି-୨୦ରେ କେବଳ ୪ ଓଭର ବୋଲିଂ କରିବାର ଅଛି ଏବଂ ମୋତେ ଲାଗୁଛି ମୁଁ ଏଥିରେ ଖେଳିପାରିବି। ଅଧିନାୟକ ଭାବେ ସାରା ବିଶ୍ବରେ ମୁଁ ଏତେ ଟ୍ବେଣ୍ଟି-୨୦ ଖେଳିସାରିଛି ଯେ ମୋତେ ଲାଗୁଛି ମୁଁ ଆଉ ଦୁଇବର୍ଷ ଖେଳିପାରିବି। ବିଶ୍ବକପ୍‌ରେ ଅଧିନାୟକ ରହିବି ନା ନାହିଁ ସେଥିପାଇଁ ଶ୍ରୀଲଙ୍କା କ୍ରିକେଟ୍‌ର ଘୋଷଣାକୁ ଅପେକ୍ଷା କରିଛି ବୋଲି ମାଲିଙ୍ଗା କହିଛନ୍ତି। ମାଲିଙ୍ଗା ହେଉଛନ୍ତି ବିଶ୍ବର ଏକମାତ୍ର କ୍ରିକେଟର୍ ଯିଏ ଟ୍ବେଣ୍ଟି-୨୦ରେ ୧୦୦ ଵିକେଟ୍‌ ନେଇଛନ୍ତି। ସେ ଚଳିତ ବର୍ଷ ବିଶ୍ବକପ୍ ପରେ ଦିନିକିଆ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ସେ ୨୨୬ ଦିନିକିଆ ଖେଳି ୩୩୮ ଵିକେଟ୍‌ ନେଇଥିବା ବେଳେ ୭୯ ଟ୍ବେଣ୍ଟି-୨୦ ଖେଳି ୧୦୬ ଵିକେଟ୍ ନେଇଛନ୍ତି।

ସମ୍ବନ୍ଧିତ ଖବର