କଲମ୍ବୋ: ଶ୍ରୀଲଙ୍କା-ଇଂଲଣ୍ଡ ଦିନିକିଆ ଶୃଙ୍ଖଳାର ଶେଷ ମୁକାବିଲାରେ ଘରୋଇ ଶ୍ରୀଲଙ୍କା ସାନ୍ତ୍ବନାମୂଳକ ବିଜୟ ହାସଲ କରିଛି। ମଙ୍ଗଳବାରର ବର୍ଷା ପ୍ରଭାବିତ ପଞ୍ଚମ ମ୍ୟାଚ୍ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୬୬ ରନ୍ କରିଥିଲା। ହେଲେ ଲଗାଣ ବର୍ଷା ପାଇଁ ଇଂଲଣ୍ଡକୁ ୨୬.୧ ଓଭରରେ ୩୫୨ ରନ୍ର ପୁନଃନିର୍ଧାରିତ ଓ ଅସାଧ୍ୟ ବିଜୟ ଲକ୍ଷ୍ୟ ମିଳିଥିଲା। ଇଂଲଣ୍ଡ ବହୁ କଷ୍ଟ କରି ନିର୍ଧାରିତ ଓଭରରେ ୯ ୱିକେଟ୍ ବିନିମୟରେ ୧୩୨ ରନ୍ କରି ପାରିଥିଲା। ଫଳରେ ଶ୍ରୀଳଙ୍କା ୨୧୯ ରନ୍ରେ ବିଜୟୀ ହୋଇଥିଲା। ସେପଟେ ଇଂଲଣ୍ଡ ଶୃଙ୍ଖଳାରେ ପ୍ରଥମ ପରାଜୟ ବରଣ କରିଥିଲା। ପ୍ରଥମ ମ୍ୟାଚ୍ ବର୍ଷା ପାଇଁ ବାତିଲ ହେବା ପରେ ପରବର୍ତୀ ତିନି ମୁକାବିଲାରେ ଇଂଲଣ୍ଡ ହ୍ୟାଟ୍ରିକ୍ ବିଜୟ ହାସଲ କରିଥିଲା। ଇଂଲଣ୍ଡ ମଧ୍ୟ ମଙ୍ଗଳବାର ଲଗାତାର ନବମ ଦ୍ବିପାକ୍ଷିକ ଶୃଙ୍ଖଳା ବିଜୟ ହାସଲ କରିଥିଲା।
ଶେଷରେ ଶ୍ରୀଲଙ୍କାକୁ ସାନ୍ତ୍ବନା:ଇଂଲଣ୍ଡ ୩-୧ରେ ଶୃଙ୍ଖଳା ଜିତିଲା
/sambad/media/post_attachments/wp-content/uploads/2018/10/crick-10.jpg)