ଭୁବନେଶ୍ୱର: କୌଣସି ବଡ଼ କ୍ରୀଡ଼ା ପ୍ରତିଯୋଗିତା ଆସିଲେ କ୍ରୀଡ଼ାପ୍ରେମୀ କେରଳି ଅଧ୍ୟାପକ ଏମ୍ସି ବଶିଷ୍ଟଙ୍କ ଉତ୍ସାହ କହିଲେ ନ ସରେ। ଆଉ ଫୁଟ୍ବଲ୍ର ମହାକୁମ୍ଭ ଫିଫା ବିଶ୍ୱକପ୍ ତ ବିଶେଷ ଆକର୍ଷଣ ନେଇ ଆସିଥାଏ। ଏହାକୁ ଏଥର କବିତାରେ ସ୍ୱାଗତ କରିବେ ବଶିଷ୍ଟ। ଫୁଟ୍ବଲ୍ ଉପରେ ଆଧାରିତ ୧୪ଟି କବିତାକୁ ନେଇ ସଙ୍କଳିତ ପୁସ୍ତକ ଲାଷ୍ଟ୍ ପେନାଲଟି କିକ୍ (ଶେଷ ପେନାଲ୍ଟି କିକ୍) ପ୍ରସ୍ତୁତ କରିଛନ୍ତି। ୫ଟି ବିଭିନ୍ନ ଭାଷା ଇଂଲିସ୍, ଫ୍ରାନସ, ଜର୍ମାନ୍, ପର୍ତୁଗିଜ୍ ଓ ଚାଇନିଜ୍ରେ ଏହା ପ୍ରକାଶିତ ହୋଇଛି। ଏଥିରୁ ମଧ୍ୟ କିଛି ଫିଫା ମାଗାଜିନ୍ରେ ପ୍ରକାଶିତ ହୋଇ ସାରିଛି। ସବୁଠାରୁ ସୁନ୍ଦର ଖେଳ ଫୁଟ୍ବଲ୍ ଏବଂ ଏହାର ମହାନ ଖେଳାଳିଙ୍କ ଉଦ୍ଦେଶ୍ୟରେ ଏହି ପୁସ୍ତକ ସମର୍ପିତ ବୋଲି କହିଛନ୍ତି ବଶିଷ୍ଟ। ସୂଚନାଯୋଗ୍ୟ, କେରଳର ମାଲାବର ଖ୍ରୀଷ୍ଟିଆନ୍ କଲେଜ୍ ଇତିହାସ ବିଭାଗ ସହକାରୀ ପ୍ରଫେସର ଏମ୍ସି ବଶିଷ୍ଟ ନିଜ ସୃଜନଶୀଳତା ପାଇଁ ଦେଶବ୍ୟାପୀ ଚର୍ଚିତ। ଖେଳରେ ବିଶେଷ ରୁଚି ରଖୁଥିବା ଏହି ଲେଖକ ମଧ୍ୟ ଏକ ପାଠାଗାର ପରିଚାଳନା କରୁଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମ ସହିତ ବିଭିନ୍ନ ଆଞ୍ଚଳିକ ଭାଷାର ଛାପା ଓ ଟିଭି ଚ୍ୟାନେଲ୍ର ମଧ୍ୟ ବଶିଷ୍ଟଙ୍କ ନିଆରା କାର୍ଯ୍ୟକ୍ରମ ଅଧିକାଂଶ ସମୟରେ ପ୍ରଚାରିତ ଓ ପ୍ରସାରିତ ହୋଇ ଆସୁଛି।
ଶେଷ ପେନାଲ୍ଟି କିକ୍
କବିତାରେ ରୁଷିଆ ବିଶ୍କପ୍କୁ ସ୍ୱାଗତ
/sambad/media/post_attachments/wp-content/uploads/2018/05/11-Vasist-MC.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)