ବେଙ୍ଗାଲୁରୁ: ଶନିବାର ଭାରତୀୟ କ୍ରିକେଟ୍ର ଦୁଇ କିଂବଦନ୍ତି ପୁରୁଷ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲି ସମ୍ଭବତଃ ଶେଷ ଥର ପାଇଁ ଏକାଠି (ପରସ୍ପର ସହ ଏବଂ ପରସ୍ପର ବିରୋଧରେ) ଖେଳିଛନ୍ତି। ବେଙ୍ଗାଲୁରୁରେ ଶନିବାର ରୟାଲ୍ ଚ୍ୟାଲେ୍ଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର୍ କିଙ୍ଗ୍ସ ମୁକାବିଲା ବେଳେ ଉଭୟଙ୍କ ମିଳିତ ମ୍ୟାଚ୍ର ଅନ୍ତିମ ଅଧ୍ୟାୟ ହୋଇଛି। ଚଳିତ ଋତୁ ପରେ ଧୋନି ଆଉ ଆଇପିଏଲ୍ ଖେଳିବେ ନାହିଁ ବୋଲି ଏକପ୍ରକାର ନିଶ୍ଚିତ ରହିଛି। ସେହିଭଳି ଏହି ମ୍ୟାଚ୍ ପରେ ଗୋଟିଏ ଦଳ ମଧ୍ୟ ଚଳିତ ଆଇପିଏଲ୍ରୁ ବିଦାୟ ନେବା ସ୍ପଷ୍ଟ ହୋଇଛି। ମ୍ୟାଚ୍ ପୂର୍ବରୁ ମାହିଙ୍କ ସମ୍ପର୍କରେ କୋହଲି ନିଜେ କହିଥିଲେ ‘ସମ୍ଭବତଃ ଶେଷ ଥର ପାଇଁ’। ୧୬ ବର୍ଷ ଧରି ଉଭୟ ମିଳିତ ଭାବେ ଡ୍ରେସିଂ ରୁମ୍ରେ ଭାବବିନିମୟ କରିଥିଲେ।
ଧୋନି ୨୦୦୫ରୁ ଅନ୍ତର୍ଜାତୀୟ କ୍ରିକେଟ୍କୁ ଆସି ୨୦୨୦ରେ ଅବସର ନେଇଥିଲେ ମଧ୍ୟ ଆଇପିଏଲ୍ ଖେଳି ଆସୁଛନ୍ତି। ସେହିଭଳି କୋହଲି ୨୦୦୮ରୁ ଅନ୍ତର୍ଜାତୀୟ ଓ ଆଇପିଏଲ୍ ଖେଳି ଆସୁଛନ୍ତି। ‘ମୁଁ ଓ ମାହି ସମ୍ଭବତଃ ଶେଷ ଥର ପାଇଁ ଖେଳୁଛୁ, ପ୍ରଶଂସକମାନଙ୍କ ପାଇଁ ଆମେ ପଡ଼ିଆ ଭିତରେ ଏକାଠି ହେବାର ଶେଷ ସୁଯୋଗ’। ଲୋକମାନେ ମାହିଙ୍କ ସମ୍ପର୍କରେ କହୁଛନ୍ତି ‘ସେ କାହିଁକି ୨୦ କି ୫୦ତମ ଓଭରରେ ବ୍ୟାଟିଂ କରିବାକୁ ଆସୁଛନ୍ତି ? କିନ୍ତୁ ସେ କେତେ ମ୍ୟାଚ୍ ଭାରତ ପାଇଁ ଫିନିସ୍ କରିଛନ୍ତି ସମସ୍ତଙ୍କୁ ଜଣା ଅଛି। ସେ କ’ଣ କରିପାରନ୍ତି ଭଲଭାବେ ଜାଣିଛନ୍ତି। ସେଥି ପାଇଁ ସେ ଶେଷ ଓଭରକୁ ଯାଇଥାନ୍ତି। ମୁଁ ବ୍ୟାଟିଂ କରୁଥିଲେ ୧୯ତମ କିମ୍ବା ୪୯ତମ ଓଭରରେ ଶେଷ କରିବାକୁ ଚେଷ୍ଟା କରିଥାଏ। ସେ ମୋ ସହ ଥିଲେ ମ୍ୟାଚ୍କୁ ଶେଷ ଓଭରକୁ ନେଇ ପ୍ରତିଦ୍ବନ୍ଦ୍ବୀଙ୍କୁ ଚକିତ କରିପାରନ୍ତି’।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/sffffhfh.jpg)