ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର୍ ଭିଭିଏସ୍ ଲକ୍ଷ୍ମଣ ରବିବାର ନିଜର ୪୬ତମ ଜନ୍ମଦିବସ ପାଳନ କରିଛନ୍ତି। ଏହି ଅବସରରେ କ୍ରିକେଟ୍ ସମୁଦାୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶୁଭେଚ୍ଛା ବାର୍ତାରେ ତାଙ୍କୁ ଜଣେ ଅତି ସ୍ବତନ୍ତ୍ର ବ୍ୟାଟ୍ସମ୍ୟାନ୍ ଭାବେ ପରିଗଣିତ କରିଛନ୍ତି। କିଂବଦନ୍ତି ସଚିନ୍ ତେନ୍ଦୁଲକର ‘‘ଶୁଭ ଜନ୍ମଦିନ ମୋର ବନ୍ଧୁ @ଭିଭିଏସ୍ ଲକ୍ଷ୍ମଣ୨୮୧’’ ବୋଲି ଲେଖିଛନ୍ତି। ଆଗାମୀ ବର୍ଷଗୁଡ଼ିକ ତୁମ ପାଇଁ ଉଜ୍ଜଳ ଓ ସୁଖଦ ହେଉ ବୋଲି ଲେଖିଛନ୍ତି। ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗ୍ ମଧ୍ୟ ‘ମୋର ଜଣେ ଚମତ୍କାର ବନ୍ଧୁ’ ବୋଲି ଲକ୍ଷ୍ମଣଙ୍କ ଜନ୍ମଦିନରେ ଟ୍ବିଟ୍ କରିଛନ୍ତି। ସୁରେଶ ରାଇନା ତାଙ୍କୁ ଜଣେ ପ୍ରକୃତ ଭଦ୍ରଲୋକ ବୋଲି ବର୍ଣ୍ଣନା କରିଛନ୍ତି। ସେହିପରି ପୂର୍ବତନ ଅଲ୍ରାଉଣ୍ଡର ଯୁବରାଜ ସିଂହ ତାଙ୍କ ସହ ପୁରୁଣା ସ୍ମୃତିକୁ ରୋମନ୍ଥନ କରିବା ସହିତ ଲକ୍ଷ୍ମଣ ଓ ସିଂହଳୀ ସ୍ପିନ୍ କିଂବଦନ୍ତି ମୁଥେୟା ମୁରଲୀଧରନ୍ଙ୍କ ସହ ଏକ ମିଳିତ ଫଟୋକୁ ପୋଷ୍ଟ କରିଛନ୍ତି। ହରଭଜନ ସିଂହ ମଧ୍ୟ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ତାଙ୍କ କ୍ରିକେଟ୍ କ୍ୟାରିୟରରେ ଲକ୍ଷ୍ମଣ ୮୬ ଦିନିକିଆ ଏବଂ ୧୩୪ ଟେଷ୍ଟ୍ ଭାରତ ପାଇଁ ଖେଳିଥିଲା ବେଳେ ଯଥାକ୍ରମେ ୨୩୩୮ ଏବଂ ୮୭୮୧ ରନ୍ କରିଥିଲେ। ୨୦୦୧ ଅଷ୍ଟ୍ରେଲିଆ ବିପକ୍ଷ କୋଲ୍କାତା ଟେଷ୍ଟ୍ରେ କରିଥିବା ୨୮୧ ରନ୍ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ତଥା ସ୍ମରଣୀୟ ପାଳି ଥିଲା।
ଲକ୍ଷ୍ମଣଙ୍କୁ ୪୬: ଶୁଭେଚ୍ଛାର ସୁଅ
/sambad/media/post_attachments/wp-content/uploads/2019/10/vvs-laxman.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)