ଭୁବନେଶ୍ୱର: ଆଗାମୀ ରାଜ୍ୟ ଓ ଜାତୀୟ ପ୍ରତିଯୋଗିତା ଲାଗି ପ୍ରସ୍ତୁତିରେ ବ୍ୟସ୍ତ ଥିବା ରାଜଧାନୀର ପ୍ରତିଭାବାନ ଜୁଡ଼ୋ ଖେଳାଳିମାନଙ୍କୁ ମଙ୍ଗଳବାର ହକି ଅଲିମ୍ପିଆନ୍ ଲାଜରୁସ୍ ବାର୍ଲା ଉତ୍ସାହିତ କରିଛନ୍ତି। ରାଜ୍ୟ ଜୁଡ଼ୋ ହଲଠାରେ ଚାଲିଥିବା ଶିବିରରେ ପହଞ୍ଚି ଲାଜରୁସ୍ ମଧ୍ୟ ନିଜ ସାମାଜିକ ଦାୟିତ୍ୱବୋଧର ପରିଚୟ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଖେଳ ଜୀବନର ଗୁରୁତ୍ୱ ଏବଂ ବଡ଼ ପ୍ରତିଯୋଗିତା ପୂର୍ବରୁ କିଭଳି ଶାରୀରିକ ଓ ମାନସିକ ପ୍ରସ୍ତୁତି କରାଯାଏ ସେ ସମ୍ପର୍କରେ ସେ ଖେଳାଳିମାନଙ୍କୁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ, ଆସନ୍ତା ରବିବାର (ଅଗଷ୍ଟ ୧୨ ତାରିଖ)ରେ ଭଞ୍ଜ କଳାମଣ୍ଡପସ୍ଥିତ ରାଜ୍ୟ ଜୁଡ଼ୋ ହଲରେ ରାଜ୍ୟ ଉପକନିଷ୍ଠ (୧୦ରୁ ୧୫ ବର୍ଷ) ବାଳକ ଓ ବାଳିକା ଜୁଡ଼ୋ ପ୍ରତିଯୋଗିତା ଅନୁଷ୍ଠିତ ହେବା। ଏଥିରେ ୧୮ ଜିଲ୍ଲା ତଥା ୟୁନିଟ୍ରୁ ପ୍ରାୟ ୨୬୦ ଜଣ ଭାଗନେବେ।
ମୋଟ ୩୦ ଇଭେଣ୍ଟ୍ରୁ ୩୦ ଜଣ ଖେଳାଳିଙ୍କୁ ମନୋନୀତ କରାଯାଇ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ହିମାଚଳପ୍ରଦେଶର ଉନ୍ନାରେ ଖେଳାଯିବାକୁ ଥିବା ଜାତୀୟ ପ୍ରତିଯୋଗିତା ପଠାଯିବ ବୋଲି ଓଡ଼ିଶା ରାଜ୍ୟ ଜୁଡ଼ୋ ସଂଘ (ଓସ୍ଜା)ର ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଗୀତାଞ୍ଜଳି ପଣ୍ଡା ପ୍ରକାଶ କରିଛନ୍ତି।