ମୁମ୍ବାଇ: କରୋନା ଗୃହାବଦ୍ଧ ବେଳେ ଭାରତୀୟ ଟେନିସ୍ ଜଗତର ସଫଳତମ ତାରକା ଲିଆଣ୍ଡର ପେସ୍ ପ୍ରଶଂସକ, ସାଥୀ ଖେଳାଳି ଓ ସାଧାରଣ ଜନତାଙ୍କୁ ‘ଉଡ଼ନ୍ତା ଥାଳିଆ’ ବା ଫ୍ଲାଇଂ ପ୍ୟାନ୍ ଆହ୍ବାନ ଦେଇଛନ୍ତି। ଏହି ଆହ୍ବାନ ଅନ୍ତର୍ଗତ ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଥିବା ଭିଡିଓରେ ଲିଆଣ୍ଡର ରୋଷେଇ ଘରେ ବ୍ୟବହୃତ ହେଉଥିବା ପ୍ୟାନ୍ରେ ଟେନିସ୍ ବଲ୍କୁ କାନ୍ଥକୁ ମାରୁଥିବା ଦେଖିବାକୁ ମିଳୁଛି। ଏଭଳି ଭାବେ ଘର ଭିତରେ ଟେନିସ୍ ଖେଳୁଥିବାର ଭିଡିଓ ପ୍ରକାଶ କରିବାକୁ ଲିଆଣ୍ଡର ଅନୁରୋଧ କରିବା ସହ ଶ୍ରେଷ୍ଠ ଭିଡିଓଗୁଡ଼ିକୁ ନିଜ ଟ୍ବିଟର ପୃଷ୍ଠାରେ ସ୍ଥାନ ଦେବେ ବୋଲି ଘୋଷଣା କରିଛନ୍ତି। ଭିଡିଓ ତଳେ ସେ ଲେଖିଛନ୍ତି ଯେ ଆମେ ଏବେ ଗୃହାବଦ୍ଧରେ ଅଛେ, ଏଣୁ ମୁଁ ଆପଣଙ୍କ ପାଇଁ ଏକ ନିଆରା ଆହ୍ବାନ ନେଇଆସିଛି। ଆପଣମାନେ କେତେ ଥର ଏଭଳି ନିରଂନ୍ତର ଭାବେ କାନ୍ଥକୁ ବଲ୍ ମାରି ପାରିବେ? ମୁଁ ଆପଣ ସମସ୍ତଙ୍କୁ ମୁକାବିଲା କରିବାକୁ କହୁଛି। ଭିଡିଓ ସୁଟ୍ କରି ମୋତେ ଟ୍ୟାଗ୍ କରନ୍ତୁ। କିଛି ଶ୍ରେଷ୍ଠ ଭିଡିଓକୁ ମୁଁ ସେୟାର କରିବି। ଲିଆଣ୍ଡରଙ୍କ ପୁରୁଣା ପୁରୁଷ ଯୁଗଳ ସାଥୀ ମହେଶ ଭୂପତି ଏଥିନେଇ ପ୍ରଥମ ପ୍ରତିକ୍ରିୟା ଦେବା ସହ ‘ଏ ଲୋକ ଯେ କୌଣସି ଜିନିଷରେ ବି ଟେନିସ୍ ଖେଳିପାରିବ’ ବୋଲି ଲେଖିଛନ୍ତି। ଲିଆଣ୍ଡରଙ୍କ ପୂର୍ବରୁ ସ୍ବିଜରଲାଣ୍ଡର ମହାନ ଟେନିସ୍ ତାରକା ରୋଜର ଫେଡେରର ‘ଘରେ ଟେନିସ୍’ ନାମକ ଏକ ଆହ୍ବାନ ଦେଇଥିଲେ। ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ସେ ଏଥିରେ ସାମିଲ କରିଥିଲେ।
ଲିଆଣ୍ଡର ଦେଲେ ‘ଉଡ଼ନ୍ତା ଥାଳିଆ’ ଆହ୍ବାନ
/sambad/media/post_attachments/wp-content/uploads/2020/04/g5j7dg98j98dtjdgjgggggggggggggggggggg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)