ସ୍ପିଲ୍ବର୍ଗ: ଫେରାରି ଚାଳକ ଚାର୍ଲସ ଲେକ୍ଲର୍କ ରବିବାର ଆୟୋଜିତ ଅଷ୍ଟ୍ରିଆନ୍ ଗ୍ରାଁ ପ୍ରି ଫର୍ମୁଲା ୱାନ୍ ରେସ୍ ଜିତି ନେଇଛନ୍ତି। ୭୧ ଲ୍ୟାପ୍ ବିଶିଷ୍ଟ ଏହି ରେସ୍ରେ ରେଡ୍ବୁଲ୍ର ମାକ୍ସ ଭର୍ଷ୍ଟାପେନ୍ ଏବଂ ମର୍ସିଡିଜ୍ର ଲୁଇସ୍ ହାମିଲଟନ୍ଙ୍କୁ ପଛରେ ପକାଇ ଲେକ୍ଲର୍କ ବିଜେତା ହୋଇଥିଲେ। ଶନିବାର ସ୍ପ୍ରିଣ୍ଟ୍ ରେସ୍ ଜିତି ପୋଲ୍ ପୋଜିସନ୍ ପାଇଥିବା ଭର୍ଷ୍ଟାପେନ୍ ଦ୍ବିତୀୟ ଏବଂ ହାମିଲଟନ୍ ତୃତୀୟ ସ୍ଥାନରେ ରହି ପୋଡିୟମ୍ ଫିନିସ କରିଥିଲେ। ଚଳିତ ଫର୍ମୁଲା ୱାନ୍ ଋତୁରେ ଲେକ୍ଲର୍କଙ୍କର ଏହା ତୃତୀୟ ବିଜୟ ଥିଲା ବେଳେ ୭ ଥର ବିଶ୍ବ ବିଜେତା ହାମିଲଟନ୍ କ୍ରମାଗତ ତୃତୀୟ ରେସ୍ରେ ପୋଡିୟମ୍ ଫିନିସ୍ ପାଇଛନ୍ତି। ଏହି ତିନିଜଣଙ୍କ ବ୍ୟତୀତ ମର୍ସିଡେଜ୍ର ଜର୍ଜ ରସେଲ, ଅଲ୍ପାଇନ୍ର ଇଷ୍ଟେବାନ ଓକାନ, ହାସ୍ର ମାଇକ୍ ସୁମାକର, ମ୍ୟାକ୍ଲରେନ୍ର ଲାଣ୍ଡୋ ନୋରିସ, ହାସ୍ର କେଭିନ ମ୍ୟାଗ୍ନସେନ, ମ୍ୟାକ୍ଲରେନ୍ର ଡାନିଏଲ୍ ରିକାର୍ଡୋ ଏବଂ ଅଲ୍ପାଇନ୍ର ଫର୍ନାଣ୍ଡୋ ଆଲୋଁସୋ ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ମୋଟ ୧୦ ଦଳର ୨୦ ଚାଳକ ଏହି ରେସ୍ରେ ଅଂଶଗ୍ରହଣ କରିଥିଲା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ରେସ୍ ଶେଷ କରିପାରିନଥିଲେ।
ଲେକ୍ଲର୍କ ଜିତିଲେ ଅଷ୍ଟ୍ରିଆନ୍ ଗ୍ରାଁ ପ୍ରି
/sambad/media/post_attachments/wp-content/uploads/2022/07/xgdjgdjj654gdj654gd65j.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)