ପଡ଼ିଆ ଭିତରେ ଭାରତ-ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ଲଢ଼େଇ ଚାଲିଥିଲା ବେଳେ ଭାଷ୍ୟକାର ବକ୍ସରେ ଦୁଇ ଦେଶର ଏକାଧିକ ମହାନ ଖେଳାଳିଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଅତିଥି ଭାଷ୍ୟକାର ଭାବେ ଯୋଗ ଦେଇଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମୁଖ୍ୟ ଆକର୍ଷଣ ଥିଲେ। ସଚିନଙ୍କ ସହ ପାକିସ୍ତାନର ମହାନ ବୋଲର ୱାକର ୟୁନିସ ଏବଂ ଭାରତୀୟ କ୍ରିକେଟ୍ ଦଳର ପୁର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ଦର୍ଶକଙ୍କୁ ମ୍ୟାଚ୍ର ଟିକିନିଖି ବିବରଣୀ ଦେଇଥିଲେ। ସେମାନଙ୍କ ସହ ବୀରେନ୍ଦ୍ର ସେହବାଗ ବି ଥିଲେ। ଏହି ଅବସରରେ ୱାକର ଏବଂ ସଚିନ ନିଜ ପୁରୁଣା ଦିନକୁ ମନ ପକାଇଥିଲେ। ୧୯୮୯ରେ ଅନ୍ତର୍ଜାତୀୟ ପଦାର୍ପଣ କରିବାର ୩୦ ବର୍ଷ କେମିତି ବିତି ଗଲାଣି ତାହା ଜଣାପଡ଼ୁନି ବୋଲି ୱାକର କହିଥିଲେ। ସଚିନ, ସୌରଭ ମଧ୍ୟ ତାଙ୍କ ସହ ଖେଳିଥିବା କିଛି ମ୍ୟାଚ୍ର ସ୍ମୃତି ଚାରଣ କରିଥିଲେ। ସୂଚନାଯୋଗ୍ୟ ଯେ ସଚିନ ଓ ୱାକର ଗୋଟିଏ ମ୍ୟାଚ୍ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେହି ମ୍ୟାଚ୍ରେ ୱାକର ବହୁତ ଭଲ ବୋଲିଂ କରି ସଚିନ ଏବଂ କପିଳ ଦେବଙ୍କ ସହ ଚାରିଟି ୱିକେଟ୍ କରାୟତ କରିଥିଲେ। ପରେ କିନ୍ତୁ ସଚିନ ତାଙ୍କ ବିପକ୍ଷରେ ଖେଳିଥିବା ଅଧିକାଂଶ ମ୍ୟାଚ୍ରେ ଆଧିପତ୍ୟ ବିସ୍ତାର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର, ଇର୍ଫାନ୍ ପଠାନ୍, ହରଭଜନ ସିଂହ, ଗୌତମ ଗମ୍ଭୀର ମଧ୍ୟ ଧାରାବିବରଣୀ ଦେଇଥିଲେ।
ଭାଷ୍ୟକାର ବକ୍ସରେ କିମ୍ବଦନ୍ତୀ
/sambad/media/post_attachments/wp-content/uploads/2019/06/Untitled-1-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)