କିଂବଦନ୍ତି କ୍ରିକେଟର୍‌ଙ୍କ ପରଲୋକ: ଇଂଲଣ୍ଡ ଅଲ୍‌ରାଉଣ୍ଡର ୱାକର୍‌, ପୂର୍ବତନ ନ୍ୟୁଜିଲାଣ୍ଡ ୱିକେଟ୍‌ରକ୍ଷକ ଏଡ୍‌ୱାର୍ଡସ

ଲଣ୍ଡନ୍‌: ଇଂଲଣ୍ଡ ତଥା ଗ୍ଲାମରଗାନ୍‌ର କିଂବଦନ୍ତି ଅଲରାଉଣ୍ଡର ପିଟର ୱାକରଙ୍କର ମଙ୍ଗଳବାର ୮୪ ବର୍ଷ ବୟସରେ ପରଲୋକ ଘଟିଛି। ହୃଦଘାତରେ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ୱାକର ୧୯୬୦ରେ ଇଂଲଣ୍ଡ ପାଇଁ ୩ ଟେଷ୍ଟ୍‌ ଖେଳିଥିଲେ। ଏହି ସବୁ ଟେଷ୍ଟ୍‌ରେ ଇଂଲଣ୍ଡ ବିଜୟୀ ହୋଇଥିଲା। ହେଲେ ସେ ଘରୋଇ କ୍ରିକେଟ୍‌ ଗ୍ଲାମରଗାନ୍ ସହ ବିତାଇଥିଲେ। ୧୯୬୯ରେ ତାଙ୍କ ଦଳ ଗ୍ଲାମରଗାନ କାଉଣ୍ଟି ଚାମ୍ପିଅନସିପ୍ ବିଜେତା ହୋଇଥିଲା। ଏହି ବିଜୟରେ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ୱାକର ୪୬୯ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୧୭୬୫୦ ରନ୍ କରିବା ସହ ୮୩୪ ୱିକେଟ୍‌ ଅକ୍ତିଆର କରିଥିଲେ। ସେ ମଧ୍ୟ ଜଣେ କ୍ଲୋଜ-ଇନ୍ କ୍ୟାଚର୍ ଥିଲେ। ‌ୱାକର୍‌ ସବୁବେଳେ ସର୍ଟ-ଲେଗ୍ କିମ୍ବା ସ୍ଲିପ୍‌ରେ କ୍ଷେତ୍ରରକ୍ଷଣ କରୁଥିଲେ। ସେ ଚାମ୍ପିଅନ୍‌ସିପ୍‌ରେ ୬୦୯ କ୍ୟାଚ୍‌ ନେଇଥିଲେ। ଯାହା ଇଂଲିଶ୍‌ ପ୍ରତିଯୋଗିତା ଇତିହାସରେ ପଞ୍ଚମ ସର୍ବାଧିକ। ୧୯୭୨ରେ ସେ ଅବସର ନେଇଥିଲେ। ୧୯୯୬ରେ ସେ କ୍ରିକେଟ୍ ବୋର୍ଡ ଅଫ୍ ୱେଲ୍ସର କ୍ରିକେଟ୍ ବିକାଶର ପ୍ରଥମ ନିର୍ଦ୍ଦେଶକ ହୋଇଥିଲେ ଏବଂ ସୋଫିଆ ଗାର୍ଡେନ୍ସର ଗ୍ଲାମରଗାନ୍ ମୁଖ୍ୟାଳୟରେ ଜାତୀୟ କ୍ରିକେଟ୍ କେନ୍ଦ୍ରର ବିକାଶର ତଦାରଖ କରିଥିଲେ। ସେ ୨୦୦୯-୧୦ରେ କ୍ଲବ୍‌ କମିଟିର ପରାମର୍ଶଦାତା ଓ ସଭାପତି ଭାବରେ କାର୍ଯ୍ୟ କରିଥିଲେ। କ୍ରିକେଟ୍ ପ୍ରତି ସେବା ପାଇଁ ଏହାର ପରବର୍ଷ ତାଙ୍କୁ ନୂତନ ବର୍ଷର ସମ୍ମାନ ଏମ୍‌ବିଇ ପ୍ରଦାନ କରାଯାଇଥିଲା।

ପୂର୍ବତନ ନ୍ୟୁଜିଲାଣ୍ଡ ୱିକେଟ୍‌ରକ୍ଷକ ଏଡ୍‌ୱାର୍ଡସ
ଖ୍ରୀଷ୍ଟ୍‌ଚର୍ଚ୍ଚ: ନ୍ୟୁଜିଲାଣ୍ଡର ପୂର୍ବତନ ୱିକେଟ୍‌ରକ୍ଷକ ଜକ୍‌ ଏଡୱାର୍ଡ୍ସଙ୍କ ସୋମବାର ପର‌େଲାକ ହୋଇଛି। ତାଙ୍କୁ ୬୪ ବର୍ଷ ବୟସ ‌େହାଇଥିଲା। ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଭାବେ ପରିଚିତ ଏଡୱାର୍ଡ୍ସ ୧୯୭୭ରେ ‌ଖ୍ରୀଷ୍ଟ୍‌ଚର୍ଚ୍ଚରେ ଅତିଥି ଅଷ୍ଟ୍ରେଲିଆ ବିପକ୍ଷରେ ପଦାର୍ପଣ କରିଥିଲେ। ଏହାର ପରବର୍ତୀ ଅକ୍‌ଲାଣ୍ଡ୍‌ ମ୍ୟାଚ୍‌ରେ ସେ ଡେନିସ ଲିଲି ଓ ମ୍ୟାକ୍ସ ୱାଲ୍‌କରଙ୍କ ଭଳି ଦୁର୍ଦ୍ଦଶ ବୋଲରଙ୍କ ବିପକ୍ଷରେ ବ‌ିସ୍ଫୋରକ ବ୍ୟାଟିଂ କରି ୪୭ ବଲ୍‌ରେ ଅର୍ଧଶତକ ହାସଲ କରିଥିଲେ। ଏହାର ପର ବର୍ଷ ୧୯୭୮ରେ ଇଂଲଣ୍ଡ ଦଳର ଗସ୍ତ ବେଳେ ସେ ୱିକେଟ୍‌ରକ୍ଷକ ଭାବେ କାର୍ଯ୍ୟ ତୁଲାଇଥିଲେ। ଅକ୍‌ଲାଣ୍ଡ ଟେଷ୍ଟ୍‌ରେ ସେ ଦୁଇଟି ଯାକ ପାଳିରେ ଅର୍ଧଶତକ ଅର୍ଜନ କରିଥିଲେ। ତେବେ ଏହି ମ୍ୟାଚ୍‌ରେ ଖରାପ ୱିକେଟ୍‌ରକ୍ଷଣ ପାଇଁ ସେ ୩ ବର୍ଷ ଜାତୀୟ ଦଳରୁ ବାଦ୍‌ ପଡ଼ିଥିଲେ। ୧୯୮୧ରେ ସେ ପୁଣି ଥରେ ଜାତୀୟ ଦଳକୁ ଫେରିବା ସହ ଭାରତ ବିପକ୍ଷରେ ଶେଷ ଟେଷ୍ଟ୍‌ ଖେଳିଥିଲେ। ଏହି ୫ ବର୍ଷ ମଧ୍ୟରେ ‌ସେ ମୋଟ ଉପରେ ୮ ଟେଷ୍ଟ୍‌ ଓ ୬ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ଦିନିକିଆ ପଦାର୍ପଣ ‌େସ ଭାରତ ବିପକ୍ଷରେ କରିଥିଲେ। ଏହି ମ୍ୟାଚ୍‌ରେ ଓପନିଂ କରି ୪୧ ବଲ୍‌ରେ ୫୭ ରନ୍‌ କରିବା ସହ ଭାରତ ବିପକ୍ଷରେ ନିଜ ଦଳକୁ ୯ ୱିକେଟ୍‌‌ର ବଜୟ ଭେଟି ଦେଇଥିଲେ।

ସମ୍ବନ୍ଧିତ ଖବର