ଲଣ୍ଡନ: ଲିଭରପୁଲ୍ ଦଳର କିଂବଦନ୍ତି ଫୁଟ୍ବଲ୍ ବ୍ୟକ୍ତିତ୍ବ କେନି ଡଲଗ୍ଲିସ୍ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ତାଙ୍କ ଶରୀରରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳି ନଥିବା କ୍ଲବ୍ ପକ୍ଷରୁ କୁହାଯାଇଛି। ସ୍କଟଲାଣ୍ଡର ଏହି ୬୯ ବର୍ଷୀୟ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଅସୁସ୍ଥ ଅନୁଭବ କରିବା ପରେ ଗତ ବୁଧବାର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପରୀକ୍ଷା ପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଡଲଗ୍ଲିସ୍ ସେଲଟିକ୍ କ୍ଲବ୍ରେ ନିଜ ଖେଳ ଜୀବନ ଆରମ୍ଭ କରିଥିଲେ। ଏହା ପରେ ୧୯୭୭ ମସିହାରେ ଲିଭରପୁଲ୍ ଦଳରେ ଯୋଗ ଦେଇଥିଲେ। ଲିଭରପୁଲ ପକ୍ଷରୁ ସେ ୫୧୫ ମ୍ୟାଚ୍ ଖେଳି ୧୭୨ ଗୋଲ୍ ଦେଇଛନ୍ତି। ସ୍କଟଲାଣ୍ଡ ପକ୍ଷରୁ ୧୦୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଡଲଗ୍ଲିସ୍ଙ୍କୁ ୨୦୦୮ ମସିହାରେ ବ୍ରିଟେନ୍ ରାଣୀ କୁଇନ୍ ଏଲିଜାବେଥ୍-୨ ନାଇଟ୍ ଉପାଧୀ ପ୍ରଦାନ କରିଥିଲେ।
ଫୁଟ୍ବଲ୍ କିଂବଦନ୍ତି ଡଲଗ୍ଲିସ୍ କରୋନା ଆକ୍ରାନ୍ତ
/sambad/media/post_attachments/wp-content/uploads/2020/04/dalglish.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)