ଜଇପୁର: ଇର୍ଫାନ୍ ପଠାନ୍ଙ୍କ ଭିଲ୍ୱାଡା କିଙ୍ଗ୍ସକୁ ୧୦୪ ରନ୍ର ବଡ଼ ବ୍ୟବଧାନରେ ପରାସ୍ତ କରି ଗୌତମ ଗମ୍ଭୀରଙ୍କ ଇଣ୍ଡିଆ କ୍ୟାପିଟାଲ୍ସ ଦଳ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ ବିଜେତା ହୋଇଛି। ଫାଇନାଲ୍ରେ ଟସ୍ ହାରି ବ୍ୟାଟିଂ ପାଇଥିବା ବିଜେତା ଦଳ ରସ୍ ଟେଲର (୮୨ ରନ୍, ୪୧ ବଲ୍, ୪ ଚୌକା, ୮ ଛକା) ଏବଂ ମିଚେଲ ଜନ୍ସନ୍ (୬୨ ରନ୍, ୩୫ ବଲ୍, ୭ ଚୌକା, ୩ ଛକା)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସାଙ୍ଗକୁ ଆସ୍ଲେ ନର୍ସ (୪୨ ରନ୍, ୧୯ ବଲ୍, ୬ ଚୌକା, ୧ ଛକା)ଙ୍କ ଦ୍ରୁତ ରନ୍ ବଳରେ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୨୧୧/୭ କରିଥିଲା। ଭିଲ୍ୱାଡା କିଙ୍ଗ୍ସ ପକ୍ଷରୁ ରାହୁଲ ଶର୍ମା (୪/୩୦), ମଣ୍ଟି ପାନେସାର (୨/୧୩) ଓ ଟିମ୍ ବ୍ରେସ୍ନାନ୍ (୧/୧୧) ସଫଳ ବୋଲର ରହିଥିଲେ। ଜବାବରେ ପୱନ ସୂୟାଲ (୨/୨୭), ପ୍ରବୀଣ ତାମ୍ବେ (୨/୧୯), ପଙ୍କଜ ସିଂହ (୨/୧୪), ମିଚେଲ ଜନ୍ସନ୍ (୧/୨୬), ଲିଆମ ପ୍ଲଙ୍କେଟ (୧/୧୫) ଓ ରଜତ ଭାଟିଆ (୧/୨)ଙ୍କ ଦମ୍ଦାର ବୋଲିଂ ନିକଟରେ ତିଷ୍ଠିନପାରି କିଙ୍ଗ୍ସ ୧୦୭ ରନ୍ (୧୮.୨ ଓଭର)ରେ ସମସ୍ତ ୱିକେଟ୍ ହରାଇଥିଲା। ସେନ୍ ୱାଟ୍ସନ (୨୭), ଜେସାଲ କାରିଆ (୨୨), ୱିଲିୟମ୍ ପୋଟରଫିଲ୍ଡ (୧୨) ଓ ସାନ୍ତାକୁମାର ଶ୍ରୀଶାନ୍ତ (୧୩*) କେବଳ ଦୁଇ ଅଙ୍କ ଛୁଇଁଥିଲେ। ରସ୍ ଟେଲର ଫାଇନାଲ୍ର ଏବଂ ୟୁସୁଫ୍ ପଠାନ୍ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍: ଇଣ୍ଡିଆ କ୍ୟାପିଟାଲ୍ସ ବିଜେତା
/sambad/media/post_attachments/wp-content/uploads/2022/10/5f44fsh654fh65fh465hf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)