ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ୍‌: ଗୁଜରାଟ ଜାଏଣ୍ଟ୍‌ସ ପାଇଁ ଖେଳିବେ ଗେଲ୍‌

ନୂଆଦିଲ୍ଲୀ: ୱେଷ୍ଟ୍‌ଇଣ୍ଡିଜ୍‌ର ଟ୍ବେଣ୍ଟି-୨୦ ବିଶେଷଜ୍ଞ ଭାବେ ପରିଗଣିତ କ୍ରିସ୍‌ ଗେଲ୍‌ ଆଗାମୀ ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଅଦାନି ସ୍ପୋର୍ଟସଲାଇନ୍‌ ମାଲିକାନାର ଗୁଜରାଟ ଜାଏଣ୍ଟ୍‌ସ ପକ୍ଷରୁ ଖେଳିବେ। ସେ ଏହି ଦଳର ଜର୍ସି ପରିଧାନ କରିବେ ବୋଲି ଦଳର ସିଇଓ ତଥା ସହ ପ୍ରତିଷ୍ଠାତା ରମଣ ରାହେଜା ସ୍ପଷ୍ଟ କରିଛନ୍ତି। ପୂର୍ବତନ ଭାରତୀୟ ବିସ୍ଫୋରକ ବ୍ୟାଟର୍‌ ବୀରେନ୍ଦ୍ର ସେହବାଗ୍‌ ଏହି ଦଳର ଅଧିନାୟକ ମନୋନୀତ ହୋଇଥିଲା ବେଳେ ତାଙ୍କ ସହ ଏବେ ଗେଲ୍‌ଙ୍କୁ ଏକାଠି ଖେଳିବାର ଦେଖିବାକୁ ମିଳିବ। ଏହି ଲିଗ୍‌ ଚଳିତ ମାସ ୧୬ ତାରିଖରୁ କୋଲ୍‌କାତାର ଇଡେନ୍‌ ଗାର୍ଡେନ୍‌ରେ ଆରମ୍ଭ ହେବ। ଗୁଜରାଟ ଜାଏଣ୍ଟ୍‌ସ ଦଳ: ବୀରେନ୍ଦ୍ର ସେହବାଗ୍‌ (ଅଧିନାୟକ), ପାର୍ଥିବ ପଟେଲ, କ୍ରିସ୍‌ ଗେଲ୍‌, ଏଲ୍‌ଟନ ଚିଗୁମ୍ବୁରା, କ୍ରିସ୍‌ ଟ୍ରେମ୍‌ଲେଟ୍‌, ରିଚାର୍ଡ ଲେଭି, ଗ୍ରେମ୍‌ ସ୍ବାନ୍‌, ଯୋଗୀନ୍ଦର ଶର୍ମା, ଅଶୋକ ଦିଣ୍ଡା, ଡାନିଏଲ୍‌ ଭିଟୋରି, କେଭିନ୍‌ ଓ’ବ୍ରାଏନ୍‌, ଷ୍ଟୁଆର୍ଟ ବିନ୍ନି, ମିଚେଲ ମ୍ୟାକ୍ଲିନାଘାନ, ଲେଣ୍ଡଲ ସିମନ୍ସ, ମାନବିନ୍ଦ୍ର ବିସ୍‌ଲା, ଅଜନ୍ତା ମେଣ୍ଡିସ୍‌।

ସମ୍ବନ୍ଧିତ ଖବର