ବାରବାଟୀରେ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ୍‌ର ଫାଇନାଲ୍‌: କାଉଣ୍ଟର ଟିକେଟ୍‌ ବିକ୍ରି ଆରମ୍ଭ, କିଣିବା ପାଇଁ ଆଗ୍ରହ ନାହିଁ

ଭୁବନେଶ୍ବର : ଅକ୍ଟୋବର ୫ ତାରିଖରେ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଟ୍ବେଣ୍ଟି-୨୦ର ଫାଇନାଲ୍‌ ମ୍ୟାଚ ଖେଳାଯିବ। ଏନେଇ ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବାରବାଟୀରେ ଆସନ୍ତା ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନୋଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ ଖେଳାଯିବ। ୨୬ ତାରିଖରେ ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବାକୁଥିବା ବେଳେ ୨୭ ତାରିଖରେ ଗୁଜୁରାଟ ଜିଆଣ୍ଟ୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ଦ୍ବିତୀୟ ମ୍ୟାଚ ଏବଂ ୨୯ ତାରିଖରେ ଇଣ୍ଡିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ତୃତୀୟ ଲିଗ୍‌ ମ୍ୟାଚ ‌ବାରବାଟୀରେ ଅନୁଷ୍ଠିତ ହେବ। ହେଲେ ମ୍ୟାଚ ପାଇଁ ଦର୍ଶକଙ୍କ ଭିତରେ ସେତେଟା ଆଗ୍ରହ ନଥିବା ଆଜିର କାଉଣ୍ଟର ଟିକେଟ ବିକ୍ରିରୁ ଦେଖିବାକୁ ମିଳିଛି। ଦିନ ତମାମ୍‌ କାଉଣ୍ଟର ଫାଙ୍କା ଫାଙ୍କା ରହିଥିଲାବେଳେ କାଁ ଭାଁ ଲୋକେ ଟିକେଟ କିଣିଥିବା ଦେଖାଯାଇଥିଲା। ବିଶେଷକରି ଟିକେଟ ଦରକୁ ନେଇ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଯଦି ଲିଗ୍‌ ମ୍ୟାଚରେ ଭଲ କ୍ରିକେଟ ଦେଖିବାକୁ ମିଳେ ତାହେଲେ ଫାଇନାଲ୍‌ରେ ଅଧିକ ଦର୍ଶକ ଆସିବା ନେଇ ଆଶାକରାଯାଉଛି।

ସମ୍ବନ୍ଧିତ ଖବର