କଟକରେ ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟ ୨୬ରୁ

ପ୍ରଥମ ମୁକାବିଲାରେ ମନିପାଲ ଟାଇଗର୍ସ-ଭିଲଵାରା କିଙ୍ଗ୍ସ

କଟକ : ଆସନ୍ତା ୧୬ ତାରିଖରୁ କୋଲ୍‌କାତାରୁ ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟ ଆରମ୍ଭ ହେବ। କଟକରେ ଏହି ଲିଗ୍‌ ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଶୁକ୍ରବାର ପ୍ରକାଶିତ ଖେଳସୂଚୀ ଅନୁଯାୟୀ, ବାରବାଟୀରେ ପ୍ରଥମ ମ୍ୟାଚ୍‌ ମନିପାଲ ଟାଇଗର୍ସ ଓ ଭିଲଵାରା କିଙ୍ଗ୍ସ ମଧ୍ୟରେ ଖେଳାଯିବ। ୨୭ ତାରିଖରେ ଗୁଜୁରାଟ ଜିଆଣ୍ଟ୍ସ ଓ ଭିଲଵାରା କିଙ୍ଗ୍ସ ମଧ୍ୟରେ ଦ୍ବିତୀୟ ମ୍ୟାଚ୍‌ ଏବ˚ ୨୯ ତାରିଖରେ ଇଣ୍ତିଆ କ୍ୟାପିଟାଲ୍ସ ଓ ମନିପାଲ ଟାଇଗର୍ସ ମଧ୍ୟରେ ତୃତୀୟ ମ୍ୟାଚ୍‌ ଖେଳାଯିବ। ସମସ୍ତ ମ୍ୟାଚ୍‌ ସନ୍ଧ୍ୟା ସାଢେ ୭ଟାରୁ ଆରମ୍ଭ ହେବ। ପ୍ରତିଯୋଗିତାରେ ଇଣ୍ତିଆ ମହାରାଜାସ୍‌ ଓ ଵାର୍ଲ୍ଡ ଜିଆଣ୍ଟ୍ସ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍‌କୁ ମିଶାଇ ମୋଟ ୧୬ ମ୍ୟାଚ୍‌ ଖେଳାଯିବ। ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଲିଗ୍‌ ପର୍ଯ୍ୟାୟ ଚାଲିବା ପରେ ଅକ୍ଟୋବର ୨ ଓ ୩ ତାରିଖରେ ଯଥାକ୍ରମେ କ୍ବାଲିଫାୟର ଓ ଏଲିମିନେଟର ମ୍ୟାଚ୍‌ ଖେଳାଯିବ। ୫ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର