କଟକ: ଲିଜେଣ୍ତ୍ସ ଲିଗ୍ କ୍ରିକେଟ (ଏଲ୍ଏଲ୍ସି)ର ଦ୍ବିତୀୟ ସ˚ସ୍କରଣ ଆସନ୍ତା ସେପ୍ଟେମ୍ବର ମାସରୁ ଆରମ୍ଭ ହେବ। ତେବେ ଏହି ସ˚ସ୍କରଣରେ ମୋଟ ୬ଟି ସହରରେ ମ୍ୟାଚ୍ଗୁଡ଼ିକ ଖେଳାଯିବାକୁ ଥିବାବେଳେ ସେଥିମଧ୍ୟରେ କଟକକୁ ଆୟୋଜକମାନେ ସ୍ଥାନ ଦେଇଛନ୍ତି। ଏସ˚କ୍ରାନ୍ତରେ ଏଲ୍ଏଲ୍ସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରମଣ ରହେଜା ସ୍ପଷ୍ଟ କରିଛନ୍ତି। ଅବସରପ୍ରାପ୍ତ କିଂବଦନ୍ତିମାନଙ୍କୁ ନେଇ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ କଟକରେ ସେପ୍ଟେମ୍ବର ୨୧ରୁ ୨୫ ତାରିଖ ମଧ୍ୟରେ ମ୍ୟାଚ୍ ଖେଳାଯିବାର ସମ୍ଭାବନା ରହିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ହେଲେ ଏସ˚ପର୍କରେ ଓଡ଼ିଶା କ୍ରିକେଟ ସ˚ଘ (ଓସିଏ) ପକ୍ଷରୁ କିଛି ବି ସ୍ପଷ୍ଟ କରାଯାଇନାହିଁ।
ଏଲ୍ଏଲ୍ସି ସିଇଓ ରମଣଙ୍କ ଅନୁଯାୟୀ, ଚଳିତ ସ˚ସ୍କରଣରେ କୋଲକାତା, ଲକ୍ଷ୍ନୌ, ରାଜକୋଟ, ଯୋଧପୁର, ଦିଲ୍ଲୀ ଓ କଟକରେ ମ୍ୟାଚ୍ଗୁଡ଼କ ଖେଳାଯିବ। ପ୍ରତିଯୋଗିତାର ପ୍ରଥମ ସ˚ସ୍କରଣ ଚଳିତ ବର୍ଷ ଜାନୁଆରି ମାସରେ ଓମାନରେ ଖେଳାଯାଇଥିଲା। ସେଥିରେ ୫୬ ଜଣ ପୂର୍ବତନ କ୍ରିକେଟରଙ୍କୁ ନେଇ ଇଣ୍ତିଆ ମହାରାଜାସ୍, ଵାର୍ଲ୍ଡ ଜିଆଣ୍ଟ୍ସ ଓ ଏସିଆ ଲାୟନ୍ସ ନାମରେ ତିନିଟି ଦଳ ଗଠନ କରାଯାଇ ପ୍ରତିଯୋଗିତା କରାଯାଇଥିଲା। ତେବେ ଦ୍ବିତୀୟ ସ˚ସ୍କରଣରେ ଫ୍ରାଞ୍ଚାଇଜି ଭିତ୍ତିରେ ଦଳ ଗଠନ କରାଯିବ। ଏଥିପାଇଁ ଆଇପିଏଲ୍, ପାକିସ୍ତାନର ପିଏସ୍ଏଲ୍ ଓ ଦକ୍ଷିଣ ଆଫ୍ରିକା ଲିଗ୍ର କିଛି ଦଳ ଆଗ୍ରହ ଦେଖାଇଛନ୍ତି। ଫ୍ରାଞ୍ଚାଇଜିଙ୍କର ମୂଳ ଦର ପାଖାପାଖି ୫ କୋଟି ଟଙ୍କା ରହିବ। ଲିଗ୍ ପର୍ଯ୍ୟାୟରେ ୬ଟି ସହରରେ ମୋଟ ୧୫ଟି ମ୍ୟାଚ୍ ଖେଳାଯିବ। ବର୍ତ୍ତମାନ ସୁଦ୍ଧା ୬୦ରୁ ଅଧିକ ଖେଳାଳି ଏଥର ଖେଳିବା ନେଇ ଆୟୋଜକଙ୍କୁ ସମ୍ମତି ଦେଇସାରିଥିଲା ବେଳେ ଏହି ସ˚ଖ୍ୟାକୁ ୧୦୦ ପାର୍ କରାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା କୁହାଯାଇଛି।
ପ୍ରତିଯୋଗିତାରେ ଭାଗ ନେବା ପାଇଁ ହରଭଜନ ସି˚ହ, ଇଅନ ମୋର୍ଗାନ, ଇର୍ଫାନ ପଠାନ, ସୋଏବ ଅଖତର, ବ୍ରେଟ୍ ଲି, ସେନ୍ ଵାଟସନ୍, ରସ୍ ଟେଲର, ଜାକ୍ସ କାଲିସ, ଜଣ୍ଟି ରୋଡ୍ସ, ମୁଥେୟା ମୁରଲୀଧରନଙ୍କ ଭଳି ଖେଳାଳିମାନେ ସମ୍ମତି ଦେଇସାରିଲେଣି। ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଏକ ସ୍ବତନ୍ତ୍ର ମ୍ୟାଚ୍ରେ ଖେଳିବାକୁ ସମ୍ମତି ଦେଇଛନ୍ତି। ଭାରତ ସରକାରଙ୍କ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ ଅବସରରେ ସେ ଏହି ମ୍ୟାଚ ଖେଳିବେ ବୋଲି ଜଣାପଡ଼ିଛି। ପାଖାପାଖି ୨୦ ଜଣ ପୂର୍ବତନ ଭାରତୀୟ ଖେଳାଳି ଏଥିରେ ଅ˚ଶଗ୍ରହଣ କରୁଥିବା କୁହାଯାଉଛି।
ଅଧାରୁ ବନ୍ଦ ହେବ ଫାଓ ଲିଗ୍!
ଲିଜେଣ୍ତ୍ସ ଲିଗ୍ କ୍ରିକେଟ ପାଇଁ ବର୍ତ୍ତମାନ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଫାଓ ଲିଗ୍ ଅଧାରୁ ବନ୍ଦ ହୋଇପାରେ। ଅଗଷ୍ଟ ମାସ ଅଧାରୁ କିମ୍ବା ସେପ୍ଟେମ୍ବର ପହିଲାରୁ ଲିଗ୍ ବନ୍ଦ ହେବା ସମ୍ଭାବନା ରହିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ପଡ଼ିଆ ପ୍ରସ୍ତୁତ ପାଇଁ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ସମୟ ଲାଗିବ। ବର୍ତ୍ତମାନ ପଡ଼ିଆର ଗୋଟିଏ ପଟରେ ଫୁଟ୍ବଲ ଖେଳାଯାଉଥିବାରୁ ତାହାର ଅବସ୍ଥା ବିଗିଡ଼ି ଯାଇଛି। ତେଣୁ ୧୫ଦିନ ଭିତରେ ପଡ଼ିଆକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବାକୁ ହେଲେ ଅଧିକ କର୍ମଚାରୀ ଓ ଯନ୍ତ୍ରପାତିର ଆବଶ୍ୟକତା ଥିବା କୁହାଯାଉଛି। ସୂଚନାଯୋଗ୍ୟ, ଫାଓ ଲିଗ୍ର ଲିଗ୍ ପର୍ଯ୍ୟାୟ ଅଗଷ୍ଟ ୨୯ ତାରିଖରେ ଶେଷ ହେବା ପରେ ସେପ୍ଟେମ୍ବର ୧ ତାରିଖରେ ସିଲଭର ଗ୍ରୁପ୍ ଫାଇନାଲ୍ ଖେଳାଯିବ। ଏହାପରେ ସେପ୍ଟେମ୍ବର ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ସୁପର କପ୍ ଖେଳାଯିବାକୁ ସୂଚୀ ପ୍ରସ୍ତୁତ ରହିଛି। କିନ୍ତୁ ଏଲ୍ଏଲ୍ସି ପାଇଁ ଏହି ସୂଚୀରେ ପରିବର୍ତ୍ତନ ସମ୍ଭାବନା ରହିଥିଲା ବେଳେ ଫାଓ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।