ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଓପନର୍ ବୀରେନ୍ଦ୍ର ସେହବାଗ, ଅଲ୍ରାଉଣ୍ଡର ଯୁବରାଜ ସିଂହ ଏବଂ ସ୍ପିନର୍ ହରଭଜନ ସିଂହ ଚଳିତ ମାସ ୨୦ ତାରିଖରୁ ଓମାନରେ ଆୟୋଜିତ ହେବାକୁ ଥିବା ପ୍ରଥମ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ (ଏଲ୍ସିସି)ରେ ଭାରତ ମହାରାଜା ଦଳ ପକ୍ଷରୁ ଖେଳିବେ। ଅବସରପ୍ରାପ୍ତ ଅନ୍ତର୍ଜାତୀୟ କ୍ରିକେଟର୍ଙ୍କୁ ନେଇ ପ୍ରଥମ ଥର ଆୟୋଜିତ ହେଉଛି ଏହି ପ୍ରଫେସନାଲ୍ କ୍ରିକେଟ୍ ଲିଗ୍। ୩ ଦଳ ଏହି ପ୍ରତିଯୋଗିତାରେ ଭାଗ ନେଉଥିଲା ବେଳେ ମ୍ୟାଚ୍ଗୁଡ଼ିକ ଅଲ୍ ଆମେରଟ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଭାରତ ମହାରାଜା ବାଦ୍ ଅନ୍ୟ ଦୁଇ ଦଳ ଏସିଆ ଓ ଅବଶିଷ୍ଟ ବିଶ୍ବରୁ ପ୍ରତିନିଧିତ୍ବ କରିବେ। ବୀରୁ, ଯୁବି ଓ ଭଜିଙ୍କ ବାଦ୍ ଭାରତ ମହାରାଜା ଦଳରେ ଇର୍ଫାନ ପଠାନ, ୟୁସୁଫ ପଠାନ, ଏସ୍ ବଦ୍ରିନାଥ, ଆର୍ପି ସିଂହ, ପ୍ରଜ୍ଞାନ ଓଝା, ନମନ ଓଝା, ମନପ୍ରୀତ ଗୋନି, ହେମାଙ୍ଗ ବାଦାନି, ବେନୁଗୋପାଳ ରାଓ, ମୁନାଫ ପଟେଲ, ସଞ୍ଜୟ ବାଙ୍ଗର, ନୟନ ମୋଙ୍ଗିଆ, ଓ ଅମିତ ଭଣ୍ଡାରି ରହିଛନ୍ତି।
ସେହିପରି ଏସିଆ ଲାୟନ୍ସ ନାମରେ ଖେଳିବାକୁ ଥିବା ଏସିଆ ଦଳରେ ପାକିସ୍ତାନ ଓ ଶ୍ରୀଲଙ୍କାର କିଂବଦନ୍ତି ସୋଏବ ଅଖ୍ତର, ସାହିଦ ଆଫ୍ରିଦି, ସନତ୍ ଜୟସୂରିଆ, ମୁଥିଆ ମୁରଲୀଧରନ, କମରାନ୍ ଅକମଲ, ଚାମିଣ୍ଡା ଭାସ, ରମେଶ କାଲୁୱିଥରନା, ତିଲକରତ୍ନେ ଦିଲସାନ, ଆଝାର ମେହମୁଦ, ଉପୁଲ ଥରଙ୍ଗା, ମିସ୍ବା-ଉଲ୍-ହକ୍, ମହମ୍ମଦ ହାଫିଜ, ସୋଏବ ମଲ୍ଲିକ, ମହମ୍ମଦ ୟୁସୁଫ ଓ ଉମର ଗୁଲ୍ ରହିଛନ୍ତି। ଏମାନଙ୍କ ସହ ଏହି ଦଳରେ ପୂର୍ବତନ ଆଫ୍ଗାନିସ୍ତାନ ଅଧିନାୟକ ଅସଘର ଆଫ୍ଘାନ ରହିଛନ୍ତି। ତେବେ ତୃତୀୟ ତଥା ଅବଶିଷ୍ଟ ବିଶ୍ବ ଦଳର ଖେଳାଳିମାନଙ୍କ ନାଁ ଘୋଷଣା କରାଯାଇନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/xhfhsfhsfhsfhsfh.jpg)