ଫିଫା ପୁରସ୍କାର ତାଲିକାରୁ ମେସି ବାଦ୍‌

ପ୍ୟାରିସ : ଫିଫା ବର୍ଷର ଶ୍ରେଷ୍ଠ ଖେଳାଳି ସଂକ୍ଷିପ୍ତ ତାଲିକାରୁ ଆର୍ଜେଣ୍ଟିନାର ମହାନ ତାରକା ଲିଓନେଲ୍‌ ମେସି ବାଦ୍‌ ପଡ଼ିଛନ୍ତି। ମେସି ୫ ଥର ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିବା ସହ ୬ ଥର ଉପବିଜେତା ହୋଇଛନ୍ତି। ହେଲେ ୧୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏହି ତାଲିକାରେ ସ୍ଥାନ ପାଇନାହାନ୍ତି। ସଂକ୍ଷିପ୍ତ ତାଲିକାରେ ରୋନାଲଡୋଙ୍କ ସହ କ୍ରୋଏସିଆର ଲୁକା ମୋଡ୍ରିକ୍‌ ଏବଂ ଇଜିପ୍ଟର ମହମ୍ମଦ ସଲାହ ରହିଛନ୍ତି। ରୋନାଲେଡୋ ରିଅଲ ମାଦ୍ରିଦକୁ ଲଗାତାର ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଲିଗ୍‌ ବିଜେତା କରାଇଥିଲେ। କ୍ରୋଏସିଆକୁ ବିଶ୍ୱକପ୍‌ ଫାଇନାଲ୍‌ ନେବାରେ ମୋଡ୍ରିକ୍‌ ନିର୍ଣ୍ଣାୟକ ଭୂମିକା ତୁଲାଇଥିଲେ। ଗତ ଋତୁରେ ସଲାହ ଲିଭରପୁଲ୍‌ ଦଳରୁ ଖେଳି ୪୪ ଗୋଲ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର