ଲେଭଲ-୨ ପ୍ରଶିକ୍ଷକ ହେଲେ ଲୋତକବିନ୍ଦୁ, ରମେଶ

ଭୁବନେଶ୍ବର: ପୂର୍ବତନ ଆନ୍ତର୍ଜାତିକ ଭଲିବଲ୍‌ ଖେଳାଳି ଲୋତକବିନ୍ଦୁ ଦାଶ ଓ ରମେଶ ଚନ୍ଦ୍ର ଓଝା ଏଫ୍‌ଆଇଭିବି ଲେଭଲ-୨ ପ୍ରଶିକ୍ଷକ ମାନ୍ୟତା ପାଇଛନ୍ତି। ଗତ ୧୨ରୁ ୨୧ ତାରିଖ ପର୍ଯ୍ୟନ୍ତ ଚେନ୍ନାଇର ଡକ୍ଟର ଶ୍ରୀବନ୍ଥି ଆଦିତ୍ୟନ୍‌ ଆଞ୍ଚଳିକ ଭଲିବଲ୍‌ ଉନ୍ନୟନ କେନ୍ଦ୍ର ପକ୍ଷରୁ ଆୟୋଜିତ ପ୍ରଶିକ୍ଷକ ପାଠ୍ୟକ୍ରମରେ ଏହି ଦୁଇ ପୂର୍ବତନ ଖେଳାଳି କୃତକାର୍ଯ୍ୟ ହୋଇଛନ୍ତି। ଉଭୟ ବର୍ତ୍ତମାନ ଓଡ଼ିଶା ପୁରୁଷ ଓ ମହିଳା ଦଳର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ଭାରତୀୟ ଭଲିବଲ୍‌ ମହାସଂଘ ସଭାପତି ତଥା ସାଂସଦ ଅଚ୍ୟୁତ ସାମନ୍ତ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିପୂର୍ବରୁ ଚଳିତ ବର୍ଷ ଓଡ଼ିଶାରୁ ସୁଧାଂଶୁ ଭୂଷଣ ମିଶ୍ର, ସଙ୍ଗୀତା ଟୋପ୍ପୋ, ଆଶୁତୋଷ ପାତ୍ର ଓ ଦିୟା ମଜୁମଦାର ଲେଭଲ-୧ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

ସମ୍ବନ୍ଧିତ ଖବର