ଷ୍ଟିରିଆନ୍‌ ଗ୍ରାଁ ପ୍ରି ଜିତିଲେ ହାମିଲଟନ୍‌

ଷ୍ଟିରିଆ (ଅଷ୍ଟ୍ରିଆ): ବ୍ରିଟେନ୍‌ର ମର୍ସିଡିଜ୍‌ ଚାଳକ ଲୁଇସ ହାମିଲଟନ୍ ରବିବାର ଅନୁଷ୍ଠିତ ଷ୍ଟିରିଆନ୍‌ ଗ୍ରାଁ ପ୍ରି ମୁକୁଟ କରାୟତ୍ତ କରିଛନ୍ତି। ସେ ୧:୨୨:୫୦.୬୮୩ ‌ଘଣ୍ଟା ସମୟ ନେଇ ଚଳିତ ଋତୁର ଦ୍ବିତୀୟ ପ୍ରତିଯୋଗିତାରୁ ପ୍ରଥମ ବିଜୟ ପାଇଥିଲେ। ହାମିଲଟନ୍‌ଙ୍କ ପଛକୁ ତାଙ୍କ ମର୍ସିଡିଜ୍‌ ସାଥୀ ଭଲଟାରି ବୋଟ୍ଟାସ ଦ୍ବିତୀୟ ସ୍ଥାନରେ ରହିଥିଲେ। ଫଳରେ ମର୍ସିଡିଜ୍‌ ୧-୨ ସ୍ଥାନରେ ରେସ୍‌ ଶେଷ କରିଥିଲା। ଏମାନଙ୍କ ପଛକୁ ରେଡ୍‌ବୁଲ୍‌ ରେସିଂ ହୋଣ୍ଡାର ମ୍ୟାକ୍ସ ଭର୍ସ୍ତାପେନ୍‌, ଆଲେକ୍‌ଜାଣ୍ଡର ଆଲ୍‌ବନ୍‌, ମ୍ୟାକ୍‌ଲରେନ୍‌ ରେନଲ୍ଟର ଲାଣ୍ଡୋ ନୋରିସ ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନରେ ରହିଥିଲେ। ସୂଚନାଯୋଗ୍ୟ ଯେ, କରୋନା ଭୂତାଣୁ ଯୋଗୁଁ ଫର୍ମୁଲା ୱାନ୍‌ର ବହୁ ରେସ୍‌ ବାତିଲ ହୋଇଥିଲା। ଗତ ସପ୍ତାହରେ ଅଷ୍ଟ୍ରିଆ ଗ୍ରାଁ ପ୍ରିରୁ ଫର୍ମୁଲା ୱାନ୍‌ ପ୍ରତ୍ୟାବର୍ତ୍ତନ କରିଥିଲା। ଏଥିରେ ଫେରାରି ଚାଳକ ଚାର୍ଲସ ଲେକଲର୍କ ବିଜେତା ହୋଇଥିଲେ। ହେଲେ ରବିବାର ଚଳିତ ବର୍ଷର ଦ୍ବିତୀୟ ଗ୍ରାଁ ପ୍ରିରେ ସେ ଷୋଡ଼ଶ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ୬ ଥର ବିଶ୍ବବିଜେତା ହାମିଲଟନ୍‌ ଚଳିତ ବର୍ଷର ପ୍ରଥମ ଟ୍ରଫି ଜିତିଥିଲେ।

ସମ୍ବନ୍ଧିତ ଖବର