ଏଲ୍‌ଆଇ ପରିଜାଙ୍କୁ ଶ୍ରଦ୍ଧାଞ୍ଜଳି, ଓଡ଼ିଶାର ପ୍ରଥମ ରଣଜୀ ବିଜୟର ସୂତ୍ରଧର

ପଦାର୍ପଣରେ ଲଲାଟ ଇନ୍ଦୁ ଖେଳିଥିଲେ ଶତକୀୟ ପାଳି

କଟକ: ଓଡ଼ିଶା ରଣଜୀ ଦଳର ତୃତୀୟ ଅଧିନାୟକ ତଥା ଓଡ଼ିଶାର ପ୍ରଥମ ରଣଜୀ ବିଜୟର ସୂତ୍ରଧର ଏଲ୍‌ଆଇ ପରିଜା ଆଉ ନାହାନ୍ତି। ସୋମବାର ସକାଳେ ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅନେକ କ୍ରୀଡ଼ା ପ୍ରେମୀ ଓ ପୂର୍ବତନ ପ୍ରଶାସକମାନେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି।

ସ୍ବର୍ଗତ ଏଲ୍‌ଆଇ ପରିଜା ଜଣେ ଦକ୍ଷ ଅଲରାଉଣ୍ଡର ଭାବେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ କ୍ରିକେଟ୍‌ ଜୀବନୀ ମଧ୍ୟରେ ସେ ପ୍ରଥମରୁ କୀର୍ତ୍ତିମାନ କରିବା ଆରମ୍ଭ କରିଦେଇଥିଲେ। ପଦାର୍ପଣ ମ୍ୟାଚ୍‌ରେ ଶତକ ଅର୍ଜନ କରିବା ସହ ଓଡ଼ିଶାକୁ ରଣଜୀ କ୍ରିକେଟ୍‌ରେ ପ୍ରଥମ ବିଜୟ ଭେଟି ଦେଇଥିଲେ। ବାରବାଟୀ ଷ୍ଟାଡିୟମରେ ଆସାମ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ଘରୋଇ ଦଳର ଅଧିନାୟକ ବନବାସୀ ପଟ୍ଟନାୟକ ପ୍ରଥମେ ବ୍ୟାଟି˚ କରିବାକୁ ସୁଯୋଗ ପାଇଥିଲେ। ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ତୃତୀୟ ସ୍ଥାନରେ ଆସିଥିବା ଏଲ୍‌ଆଇ ପରିଜା ଓ ଅଧିନାୟକ ବନବାସୀ ପାଳି ସମ୍ଭାଳିବା ସହ ଦଳକୁ ୧୫୦ ପାର‌୍‌ କରାଇଥିଲେ। ବାନବାସୀ ୮୭ ରନ୍‌ରେ ଆଉଟ ହେବା ପରେ ରାମପ୍ରକାଶ, ପରିଜାଙ୍କ ସହ ମିଶି ଓଡ଼ିଶାର ରନ୍‌ ଗତିକୁ ବଢ଼ାଇଥିଲେ। ପରିଜା ୧୦୩ ଓ ରାମପ୍ରକାଶ ୭୭ ରନ୍‌ରେ ଆଉଟ ହୋଇଥିଲେ। ଅନ୍ୟମାନଙ୍କର ବିଶେଷ କିଛି ଯୋଗଦାନ ନମିଳିବାରୁ ଓଡ଼ିଶା ୩୦୩ ରନ୍‌ ସ˚ଗ୍ରହ କରିଥିଲା। ତେବେ ଆସାମ ପ୍ରଥମ ପାଳିକୁ ଓଡ଼ିଶା ବୋଲରମାନେ ଭାଙ୍ଗିବାରେ ସଫଳ ହୋଇଥିଲେ। ଦଳ ୭୪ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା ବେଳେ ଓଡ଼ିଶା ପାଇଁ ଏନ୍‌ଡି ବର୍ଦ୍ଧନ ୩, ରାମପ୍ରକାଶ, ପି ପଟ୍ଟନାୟକ ଗୋଟିଏ ଲେଖାଏଁ ଏବ˚ ଟିଏସ୍‌ ଶାସ୍ତ୍ରୀ ଓ ଏଲ୍‌ଆଇ ପରିଜା ଦୁଇଟି ଲେଖାଏଁ ଵିକେଟ୍‌ ନେଇଥିଲେ। ଫଲୋଅନ୍‌ ହେବା ପରେ ଆସାମ ଦ୍ବିତୀୟ ପାଳିରେ ପୁଣି ବିପର୍ଯ୍ୟାୟର ସମ୍ମୁଖୀନ ହୋଇ ମାତ୍ର ୯୦ରେ ସୀମିତ ରହିଥିଲା। ଏହି ପାଳିରେ ଅଧିନାୟକ ବନବାସୀ ୫ ଵିକେଟ ସଫଳତା ସହ ଏଲ୍‌ଆଇ ପରିଜା ୨, ବର୍ଦ୍ଧନ, ରାମପ୍ରକାଶ, ଶାସ୍ତ୍ରୀ ଗୋଟିଏ ଲେଖାଏଁ ଵିକେଟ ନେଇଥିଲେ। ଯାହାଫଳରେ ଓଡ଼ିଶା ଏହି ମ୍ୟାଚରେ ଏକ ପାଳି ଓ ୧୩୯ ରନ୍‌ରେ ଐତିହାସିକ ବିଜୟ ପାଇଥିଲା। ଏହି ମ୍ୟାଚ୍‌ ପରେ ଦ୍ବିତୀୟ ମ୍ୟାଚ୍‌ରେ ବେଙ୍ଗଲ ବିପକ୍ଷରେ ସେ ତାଙ୍କ ଖେଳଜୀବନର ଶ୍ରେଷ୍ଠ ପ୍ରଦର୍ଶନ ଦେବା ସହ ୧୫୨ ରନ୍‌ ସ˚ଗ୍ରହ କରିଥିଲେ। ସେହିପରି ବୋଲି˚ରେ ପ୍ରଥମ ଥର ପାଇଁ ୫ ଵିକେଟ ସଫଳତା ଅର୍ଜନ ସହ ୭୦ ରନ୍‌ ବିନିମୟରେ ମୋଟ ୬ ଵିକେଟ ଅକ୍ତିଆର କରିଥିଲେ। ଦୁର୍ଭାଗ୍ୟବଶତଃ ଓଡ଼ିଶା ଏହି ମ୍ୟାଚ୍‌ରେ ହାରି ଯାଇଥିଲା। ଶ୍ରୀ ପରିଜା ଢେର କିଛି ବର୍ଷ ପାଇଁ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ମାନବ ସମ୍ବଳ ବିଭାଗର ଉପମହାପ୍ରବନ୍ଧକ ଥିଲେ। ଏହି ସମୟ ମଧ୍ୟରେ ସେ ୪୦ରୁ ଅଧିକ ଖେଳାଳିଙ୍କୁ କର୍ମସଂସ୍ଥାନ ପ୍ରଦାନ କରିଥିଲେ। ସେଥିମଧ୍ୟରେ ରହିଛନ୍ତି ଭାରତୀ ମିଶ୍ର, କାଜଲ ରାୟ, ଲିଙ୍ଗରାମ ସିଂହ, ସୁଦାମ ସାହୁ, ବସନ୍ତ ବେହେରା ପ୍ରମୁଖ।

ଓଡ଼ିଶା ଟେନିସ୍‌ ସ˚ଘ ସମ୍ପାଦକ ତଥା ପ୍ରଶାସକ ମଧୁସୂଦନ ପାଢ଼ୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସେ ଜଣେ ଦକ୍ଷ ପ୍ରଶାସକ ସହ, ଜଣେ ଉକୃଷ୍ଟ ସ୍ତମ୍ଭକାର ଓ ବକ୍ତା ଭାବେ ପ୍ରତିଷ୍ଠିତ ହୋଇପାରିଥିଲେ। ଏଥିସହିତ ଓଡ଼ିଶା ରଣଜୀ ଦଳର ନେତୃତ୍ବ ନେଇଥିଲେ। ଏବେ ତାଙ୍କର ମୃତ୍ୟୁ ପରେ ଶୋକ ସନ୍ତପ୍ତ ପରିବାରଙ୍କୁ ସ˚ଘ ପକ୍ଷରୁ ସମବେଦନା ଜଣାଯାଇଛି। ସେହିପରି କ୍ରୀଡ଼ା ସ˚ଗଠକ ଆଶୀର୍ବାଦ ବେହେରା ମଧ୍ୟ କ୍ରିକେଟ୍‌ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଥିବା କହିଛନ୍ତି। ଓଡ଼ିଶା କ୍ରିକେଟ୍‌ ପାଇଁ ତାଙ୍କର ଯେତିକି ଅବଦାନ ରହିଛି, ତାହା ତାଙ୍କୁ ସ୍ବତନ୍ତ୍ର ପରିଚୟ ଆଣିଦେଇଥିଲା। ତାଙ୍କ ବିୟୋଗରେ କ୍ରିକେଟ୍‌ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିବା ଆଶୀର୍ବାଦ କହିଛନ୍ତି।

ସମ୍ବନ୍ଧିତ ଖବର