ଭୁବନେଶ୍ବର: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ପୂର୍ବ କେନ୍ଦ୍ରୀୟ ଜୋନ୍ ଚେସ୍ ଓ କ୍ୟାରମ୍ ପ୍ରତିଯୋଗିତା ଗୁରୁବାରଠାରୁ ଭୁବନେଶ୍ବରରେ ଆରମ୍ଭ ହୋଇଛି। ସର୍ବଭାରତୀୟ ଏଲ୍ଆଇସି କ୍ରୀଡ଼ା ପ୍ରତିଯୋଗିତା ଲାଗି ଏଠାରୁ ଖେଳାଳି ଚୟନ କରାଯିବ। ଦୁଇ ଦିନିଆ ଏହି ପ୍ରତିଯୋଗିତାକୁ ଏଲ୍ଆଇସିର ମାନବ ସମ୍ବଳ ବିକାଶ ଆଞ୍ଚଳିକ ପ୍ରବଂଧକ ଶ୍ୟାମ ସୁନ୍ଦର ବେଶ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଭୁବନେଶ୍ବର ବରିଷ୍ଠ ମଣ୍ଡଳ ପ୍ରବଂଧକ ପ୍ରଫୁଲ୍ଲ କୁମାର ମହାନ୍ତି, ଅନ୍ୟତମ ମଣ୍ଡଳ ପ୍ରବଂଧକ ଟିଭିଏସଏନ୍ ମୂର୍ତ୍ତି ମଧ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଓଡ଼ିଶା, ବିହାର, ଝାଡ଼ଖଣ୍ଡର ୨୫ ପୁରୁଷ ଓ ୨୫ ମହିଳା ଖେଳାଳି ଏଥିରେ ଭାଗ ନେଇଛନ୍ତି। ଏଲ୍ଆଇସି ସ୍ପୋର୍ଟସ ପ୍ରମୋସନ୍ ବୋର୍ଡର ସଦସ୍ୟ ସୁଧାଂଶୁ ଭୂଷଣ ମିଶ୍ର, ଡକ୍ଟର ମନୋରମା କୁମାରୀ ଉପସ୍ଥିତ ଥିଲେ। ଓଡ଼ିଶାର ପ୍ରଥମ ଡବଲ୍ୟୁଜିଏମ୍ କିରଣ ମନୀଷା ମହାନ୍ତି ଏହି ପ୍ରତିଯୋଗିତାର ଅନ୍ୟତମ ମୁଖ୍ୟ ଆକର୍ଷଣ ଅଛନ୍ତି। ଶୁକ୍ରବାର ଏହି ପ୍ରତିଯୋଗିତା ଉଦ୍ଯାପିତ ହେବ।
ଏଲ୍ଆଇସି ପୂର୍ବ କେନ୍ଦ୍ରୀୟ ଜୋନ୍ ଚେସ୍ ଓ କ୍ୟାରମ୍ ଆରମ୍ଭ
/sambad/media/post_attachments/wp-content/uploads/2022/08/f564h645h6sf54hf65hffhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)