ଗୃହ ଋଣ ସୁଧ ହାର କମାଇଲା ଏଲ୍‌ଆଇସି ହାଉସିଂ ଫାଇନାନ୍ସ

ମୁମ୍ବାଇ : ଏଲ୍‌ଆଇସି ହାଉସିଂ ଫାଇନାନ୍ସ ଲିମିଟେଡ ଗ୍ରାହକଙ୍କ ପାଇଁ ଗୃହ ଋଣ ସୁଧ ହାର ୮.୯୦ ପ୍ରତିଶତରୁ ୬.୬୬ ପ୍ରତିଶତକୁ କମାଇ ଦେଇଛି। ବେତନଭୋଗୀମାନେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉକ୍ତ ସୁଧ ହାରରେ ନେଇପାରିବେ। କମ୍ପାନି ପକ୍ଷରୁ କୁହାଯାଇଛି ଯେଉଁ ନୂଆ ଗ୍ରାହକ ଆସନ୍ତା ଅଗଷ୍ଟ ୩୧ ତାରିଖ ମଧ୍ୟରେ ସେମାନଙ୍କ ଋଣ ମଞ୍ଜୁର କରାଇବେ ଏବଂ ସେପ୍ଟେମ୍ବର ୩୦ ସୁଦ୍ଧା ଋଣ ଅର୍ଥ ପାଇବେ ସେମାନଙ୍କୁ ଏହି ସୁବିଧା ମିଳିବ। କରୋନା ମହାମାରୀ ପରିପ୍ରେକ୍ଷୀରେ ବଜାରରେ ଉନ୍ନତି ଆଣିବା ଏବଂ ଲୋକଙ୍କୁ ନିଜ ଘର ତିଆରି କରିବାର ସ୍ବପ୍ନ ପୂରଣ କରିବା ପାଇଁ ସୁଧ ହାର ହ୍ରାସ କରାଯାଇଛି ବୋଲି କମ୍ପାନିର ଏମ୍‌ଡି ତଥା ସିଇଓ ବିଶ୍ବନାଥ ଗୌଡ଼ କହିଛନ୍ତି।

ସମ୍ବନ୍ଧିତ ଖବର