ଏଲ୍‌ଆଇସି ଜୋନାଲ୍ ଚେସ୍‌ ଓ କ୍ୟାରମ୍‌: କିରଣ ଓ ଆଶୁତୋ‌ଷ ବିଜେତା

ସର୍ବଭାରତୀୟ କ୍ରୀଡ଼ା ପାଇଁ ଓଡ଼ିଶାରୁ ୭ ମନୋନୀତ

ଭୁବନେଶ୍ବର : ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ପୂର୍ବ କେନ୍ଦ୍ରୀୟ ଜୋନ୍‌ ଚେସ୍‌ ଓ କ୍ୟାରମ୍ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ ଦିନିଆ ଏହି ପ୍ରତିଯୋଗିତା ଶେଷରେ ସର୍ବଭାରତୀୟ ଏଲ୍‌ଆଇସି କ୍ରୀଡ଼ା ଲାଗି ୧୬ ଜଣ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭ ଜଣ ଓଡ଼ିଆ ଖେଳାଳି ସାମିଲ ରହିଛନ୍ତି। ପୁରୁଷ କ୍ୟାରମ୍‌ ଦଳର ସମ୍ବଲପୁର ଡିଭିଜନ୍‌ର ଆର୍‌ ଏସ୍ ସାହୁ, ବ୍ରହ୍ମପୁର ‌ଡିଭିଜନର ସନ୍ତୋଷ କୁମାର ବେହେରା, ମହିଳାରେ ଭୁବନେଶ୍ବର ଡିଭିଜନ୍‌ର ଡିଆର୍ ଆଧ୍ୟା, ପୁରୁଷ ଚେସ୍‌ରେ ଭୁବନେଶ୍ବର ଡିଭିଜନର ଆଶୁତୋଷ ମହାପାତ୍ର, ସମ୍ବଲପୁରର ବିଧୂଭୂଷଣ ମିଶ୍ର, ମହିଳାରେ ଭୁବନେଶ୍ବରର ଡବଲ୍ୟୁଜିଏମ୍‌ କିରଣ ମନୀଷା ମହାନ୍ତି, କଟକର ଅଞ୍ଜୁ ପ୍ରଭା ବେହେରା ଏହି ସୁଯୋଗ ପାଇଛନ୍ତି। କିରଣ ଓ ଅଶୁତୋଷ ଜୋନାଲ୍ ବିଜେତା ହୋଇ ଗୌରବ ଆଣିବା ସହ ସର୍ବଭାରତୀୟ ଯୋଗ୍ୟତା ଅର୍ଜନ କରିଛନ୍ତି।

ଓଡ଼ିଶା, ବିହାର, ଝାଡ଼ଖଣ୍ଡର ୨୫ ପୁରୁଷ ଓ ୨୫ ମହିଳା ଖେଳାଳି ଏଥିରେ ଭାଗ ‌ନେଇଥିଲେ। ଏହି ପ୍ରତ‌ିଯୋଗିତାକୁ ଗୁରୁବାର ଏଲ୍‌ଆଇସିର ମାନବ ସମ୍ବଳ ବିକାଶ ଆଞ୍ଚଳିକ ପ୍ରବଂଧକ ଶ୍ୟାମ ସୁନ୍ଦର ବେଶ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଭୁବନେଶ୍ବର ବରିଷ୍ଠ ମଣ୍ଡଳ ପ୍ରବଂଧକ ପ୍ରଫୁଲ୍ଲ କୁମାର ମହାନ୍ତି, ଅନ୍ୟତମ ମଣ୍ଡଳ ପ୍ରବଂଧକ ଟିଭିଏସଏନ୍ ମୂର୍ତ୍ତି, ଏଲ୍‌ଆଇସି ସ୍ପୋର୍ଟସ ପ୍ରମୋସନ୍ ବୋର୍ଡର ସଦସ୍ୟ ସୁଧାଂଶୁ ଭୂଷଣ ମିଶ୍ର, ଡକ୍ଟର ମନୋରମା କୁମାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର