ନୂଆଦିଲ୍ଲୀ: ଆହତ ଶିଖର ଧାୱନଙ୍କ ବିକଳ୍ପ ଭାବେ ଋଷବ ପନ୍ତ୍ଙ୍କୁ ନିଆଯାଇଥିବାରୁ ବହୁ ପୂର୍ବତନ ଖେଳାଳି ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୁନୀଲ ଗାଭାସ୍କର ଏବଂ ଗୌତମ ଗମ୍ଭୀରଙ୍କ ପରେ ଭାରତର ପ୍ରଥମ ବିଶ୍ବକପ୍ ବିଜେତା ଅଧିନାୟକ କପିଳ ଦେବ ଏହି ତାଲିକାରେ ସାମିଲ ହୋଇଛନ୍ତି। ଅଜିଙ୍କ୍ୟ ରାହାଣେଙ୍କ ସାମିଲ ସପକ୍ଷରେ କପିଳ ଦେବ ଯୁକ୍ତି ବାଢ଼ିଛନ୍ତି। ରାହାଣେଙ୍କ ନାମ ବିଚାରକୁ ନିଆଯିବାର ଥିଲା। ପନ୍ତ୍ ଏବଂ ରାୟୁଡୁଙ୍କ ପୂର୍ବରୁ ରାହାଣେ ମୋ ପ୍ରଥମ ପସନ୍ଦ। ବଡ଼ ପ୍ରତିଯୋଗିତାରେ ଖେଳିବାରେ ରାହାଣେ ଜଣେ ଅଭିଜ୍ଞ ଖେଳାଳି। ସେ ପାଳି ଆରମ୍ଭ କରିପାରନ୍ତି ଏବଂ ମଧ୍ୟକ୍ରମରେ ମଧ୍ୟ ଖେଳିପାରନ୍ତି ବୋଲି କପିଳ କହିଥିଲେ। ଆାଇସିସିକୁ ଏବେ ସୁଦ୍ଧା ବିସିସିଆଇ କୌଣସି ବଦଳ ଖେଳାଳି ନାମ ପ୍ରେରଣ କରିନଥିବାରୁ ରାହାଣେଙ୍କୁ ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ରାହାଣେ ଏବେ ହାମ୍ପସାୟାର ପାଇଁ କାଉଣ୍ଟି କ୍ରିକେଟ୍ ଖେଳୁଛନ୍ତି ଏବଂ ପଦାର୍ପଣରେ ଶତକ ମାରି ସାରିଛନ୍ତି। ଭାରତୀୟ ଟେଷ୍ଟ୍ ଦଳର ଏହି ଉପ ଅଧିନାୟକ ଶେଷ ଥର ପାଇଁ ୧୬ ମାସ ତଳେ ଏକ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। ଏହା ପରଠାରୁ ତାଙ୍କୁ ମନ୍ଥର ଷ୍ଟ୍ରାଇକ୍ ରେଟ୍ ଲାଗି ଆଉ ୫୦ ଓଭରିଆ ଦଳରେ ବିଚାରକୁ ନିଆଯାଉ ନାହିଁ।
ଧାୱନଙ୍କ ବିକଳ୍ପ ନେଇ କପିଳ ଆଶ୍ଚର୍ଯ୍ୟ
/sambad/media/post_attachments/wp-content/uploads/2019/06/Kapil-Dev-India-Today.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)