ନୂଆଦିଲ୍ଲୀ: ଏଥର ଫୁଟ୍ବଲ ପରି କ୍ରିକେଟ ଖେଳରେ ମଧ୍ୟ ଖେଳାଳିମାନଙ୍କୁ ଲାଲ କାର୍ଡ ଦେଖାଯିବ ଓ ସେହି ମ୍ୟାଚରେ ଲାଲା କାର୍ଡ ପାଇଥିବା ଖେଳାଳିଜଣକ ଅବଶିଷ୍ଟ ମ୍ୟାଚ୍ ଖେଳିବାର ସୁଯୋଗ ପାଇବେ ନାହିଁ।ଏପରି ଏକ ନିଷ୍ପତ୍ତି ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ ନେଇଛି ଓ ଏହା ଆସନ୍ତା କାଲି ଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ସପ୍ତାହରେ ଦକ୍ଷିଣ ଆଫ୍ରିକା ଓ ୟୁନାଇଟେଡ୍ ଆରବ ଏମିରେଟ୍ସରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। ଦକ୍ଷିଣ ଆଫି୍ରକା ନିଜ ମାଟିରେ ବଙ୍ଗଳାଦେଶକୁ ଭେଟୁଥିବା ବେଳେ ଆବୁଧାବିଠାରେ ଶ୍ରୀଲଙ୍କା ପାକିସ୍ତାନକୁ ଭେଟିବ। ଏଥିରେ ବିଶୃଙ୍ଖଳିକ ଆଚରଣ. ଅମ୍ପାୟାରଙ୍କୁ ଆକ୍ରମଣ ପାଇଁ ଧମକ ଦେବା, ଅନ୍ୟ ସାଥି ଖେଳାଳି କିମ୍ବା ଅମ୍ପାୟାରଙ୍କ ସହିତ ଜାଣୁଶୁଣି ଧକ୍କା ଲାଗିବା କିମ୍ବା ଯେ କୌଣସି ହିଂସା କାଣ୍ଡ ପାଇଁ ଅମ୍ପାୟାର ଖେଳାଳିଙ୍କୁ ଲାଲ କାର୍ଡ ଦେଖାଇ ପଡ଼ିଆ ବାହାରକୁ ପଠାଇ ଦେବା ସହିତ ତାଙ୍କୁ ମ୍ୟାଚର ଅବଶିଷ୍ଟ ଖେଳ ଖେଳିବାରୁ ବଞ୍ଚିତ କରିପାିରବେ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ଆଗାମୀ ଦିନରେ ଟି ଟେ୍ଵଣ୍ଟିରେ ଡିଆରଏସ ନିୟମ ଲାଗୁ କରିବା ପାଇଁ ନିଷ୍ପତ୍ତି ହୋଇଛି।
ଫୁଟ୍ବଲ ପରି ଏଥର କ୍ରିକେଟ ଖେଳାଳିଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ମିଳିବ ଲାଲ କାର୍ଡ
/sambad/media/post_attachments/wp-content/uploads/2017/09/red-card-IN-CRICKET.jpg)