ଅନୁଷ୍କାଙ୍କଠାରୁ ବି ଏହି ଜିନିଷକୁ ଅଧିକ ଭଲ ପାଆନ୍ତି କୋହଲି! କହିଲେ, କେବେ ବି କାଟିବି ନାହିଁ

ବେଙ୍ଗାଲୁରୁ : ଟିମ୍‌ ଇଣ୍ଡିଆର କ୍ୟାପ୍‌ଟେନ୍‌ ବିରାଟ କୋହ୍‌ଲି ନିଜକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ସେ ତାଙ୍କ ଜୀବନରେ କାହାକୁ ସବୁଠୁ ଅଧିକ ଭଲ ପାଆନ୍ତି ସେ ନେଇ ସମସ୍ତଙ୍କୁ ଜଣାଇଛନ୍ତି । ଯଦି ଆପଣମାନେ ଭାବୁଥାଆନ୍ତି କି ସେ ପତ୍ନୀ ଅନୁଷ୍କାଙ୍କୁ ସବୁଠୁ ବେଶୀ ଭଳ ପାଆନ୍ତି ,ତେବେ ସଂପୂର୍ଣ୍ଣ ଭୁଲ୍‌ ଭାବୁଛନ୍ତି । ସେ ଅନୁଷ୍କାଙ୍କୁ ନୁହଁ, ବରଂ ନିଜ ଦାଢ଼ିକୁ ଅଧିକ ଭଲ ପାଆନ୍ତି ବୋଲି କହିଛନ୍ତି।

NDTV Sports

ନିଜ ଦାଢ଼ୀ ସେ କେବେ ହେଲେ କାଟିବେ ନାହିଁ ବୋଲି ମଧ୍ୟ କହିଛନ୍ତି । ଏହା ମୋ ପର୍ସନାଲିଟିକୁ ଅଧିକ ସୁଟ୍‌ କରେ । ଏହାକୁ ମୁଁ କେବେ ହେଲେ କାଟି ନାହିଁ ବୋଲି ଏକ ପ୍ରଚାର କାର୍ଯ୍ୟକ୍ରମରେ କହିଥିବା ଜଣାପଡ଼ିଛି । ଏହାକୁ କାଟିବା ପାଇଁ ଟିମ୍‌ର ସଦସ୍ୟମାନେ ଅନେକ ଥର ବାଜି ମାରିଥିବା ବେଳେ ହାର ମାନି ନେଇଥାନ୍ତି ବିରାଟ । ତାଙ୍କ ସହଖେଳାଳି ହାର୍ଦ୍ଦିକ୍‌ ପାଣ୍ଡ୍ୟା,ରୋହିତ୍‌ ଶର୍ମା ଏବଂ ରବିନ୍ଦ୍ର ଜାଡ଼େଜା ନିଜର ଦାଢ଼ି କାଟି ସାରିଥିବା ବେଳେ ବିରାଟ ଏ ନେଇ କେବେ ହେଲେ ବି ରାଜି ହୋଇ ନ ଥାନ୍ତି ।

ସମ୍ବନ୍ଧିତ ଖବର