ଫେଡେରେସନ୍‌ କପ୍‌ ଭଲି: ଓଡ଼ିଶାକୁ ଅପୂର୍ବ ସଫଳତା

ଭୁବନେଶ୍ବର: ଓଡ଼ିଶା ଭଲିବଲ୍‌ ସଂଘ ଏବଂ କିଟ୍‌ ବିଶ୍ବବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଆୟୋଜିତ ୩୪ତମ ଫେଡେରସନ୍‌ କପ୍‌ ଭଲିବଲ୍‌ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ପୂର୍ବରୁ ଓଡ଼ିଶା ମହିଳା ଦଳ କାଂସ୍ୟ ଜିତି ଇତିହାସ ରଚିଥିଲା ‌ସୋମବାର ପୁରୁଷ ଦଳ ଏଥିରେ ଯୋଡ଼ି ହୋଇଛି। କାଂସ୍ୟ ମୁକାବିଲାରେ ଓଡ଼ିଶା ପୁରୁଷ ଦଳ ୩-୧ (୨୫-୧୯, ୧୩-୨୫, ୨୫-୨୦, ୨୫-୨୦) ସେଟ୍‌ରେ ହରିୟାଣାକୁ ପରାସ୍ତ କରିଥିଲା। ପୁରୁଷ ଫାଇନାଲ୍‌ରେ ସର୍ଭିସେସ୍‌ ୩-୦ ସେଟ୍‌ରେ ରେଳବାଇକୁ ହରାଇ ବିଜେତା ହୋଇଥିଲା। ସେହିପରି ମହିଳା ଫାଇନାଲ୍‌ରେ କେରଳ ୩-୦ ସେଟ୍‌ରେ ରେଳବାଇକୁ ମାତ୍‌ ଦେଇଥିଲା। ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ଭାରତୀୟ ଭଲିବଲ୍‌ ମହାସଂଘ (ଭିଏଫ୍‌ଆଇ) ସଭାପତି ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓଡ଼ିଶା କ୍ରିକେଟ୍‌ ସଂଘ ସଭାପତି ପଙ୍କଜ ଲୋଚନ ମହାନ୍ତି, ଭିଏଫ୍‌ଆଇ ସିଇଓ ରାମଅବତାର ସିଂହ ଜାଖର, ସଚିବ ଅନିଲ ଚୌଧୁରୀ, ନିୟନ୍ତ୍ରଣ କମିଟି ଅଧ୍ୟକ୍ଷ ମହମ୍ମଦ ବାଶୀର ଏନ୍‌, ଓଡ଼ିଶା ଭଲିବଲ୍‌ ସଂଘ ସମ୍ପାଦକ ତଥା କିଟ୍‌ କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବଣ୍ଟନ କରିଥିଲେ।

ସମ୍ବନ୍ଧିତ ଖବର