ଭୁବନେଶ୍ୱର: ଭାରତୀୟ ମହିଳା ହକି ଟିମ୍ର ଷ୍ଟାର ଖେଳାଳି ଲିଲିମା ମିଞ୍ଜଙ୍କ ରବିବାର ‘ଏକଲବ୍ୟ ପୁରସ୍କାର’ ଗ୍ରହଣ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏକ ସମାରୋହରେ ଲିଲିମାଙ୍କୁ ୫ ଲକ୍ଷ ଟଙ୍କା, ମାନପତ୍ର ଏବଂ ଉପଢୌକନ ସହିତ ସମ୍ମାନୀତ କରାଯାଇଛି। ଇମ୍ଫା ପକ୍ଷରୁ ଆୟୋଜିତ ସମାରୋହରେ ଲିଲିମାଙ୍କ ବ୍ୟତୀତ ଭାରୋତ୍ତୋଳକ ଝିଲି ଦଳବେହେରା ଓ ବ୍ୟାଡମିଣ୍ଟନ ଖେଲାଳି ଋତୁପର୍ଣ୍ଣ ପଣ୍ଡାଙ୍କୁ ସମ୍ମାନୀତ କରାଯାଇଛି। ଉଭୟଙ୍କୁ ମାନପତ୍ର ସହ ୫୦-୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।