ଜାତୀୟ ମହିଳା ହକି ଦଳରୁ ଲିଲିମା ମିଞ୍ଜଙ୍କ ଅବସର ଘୋଷଣା: କହିଲେ- ଓଡ଼ିଶା ହକିର ଉନ୍ନତି ପାଇଁ ଜାରି ରଖିବେ କାମ

ଭୁବନେଶ୍ବର: ଓଡିଆ ଖେଳାଳି ଲିଲିମା ମିଞ୍ଜ ଜାତୀୟ ମହିଳା ହକି ଦଳରୁ ଅବସର ଘୋଷଣା କରିଛନ୍ତି। ଟୁଇଟ୍ କରି ଲିଲିମା ଅବସର ବାବଦରେ ସୂଚନା ଦେଇଛନ୍ତି । ଟୁଇଟରେ ସେ ଲେଖିଛନ୍ତି ଗତ ଦଶନ୍ଧି ତାଙ୍କ ପାଇଁ ସ୍ୱତନ୍ତ୍ର । ଏହି ସମୟରେ ଭାରତୀୟ ଦଳରେ ସାମିଲ ହୋଇ ଦେଶର ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଥିଲା ।

ଯେଉଁ ସମୟରେ ମହିଳା ହକି ଦଳ ନୂଆ ଅଧ୍ୟାୟ ଆରମ୍ଭ କରିଥିଲା,ସେହି ସମୟରେ ଦଳର ସାମିଲ ହୋଇଥିବାରୁ ଗୌରବାନ୍ୱିତ ଅନୁଭବ କରୁଥିବା ଟୁଇଟରେ ଲେଖିଛନ୍ତି ଲିଲିମା ମିଞ୍ଜ । ଜାତୀୟ ମହିଳା ଦଳ ଏବେ ପାରିସ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହି ସମୟରେ ଯୁବ ପ୍ରତିଭାବାନ ଖେଳାଳିଙ୍କୁ ସୁଯୋଗ ମିଳିବା ଆବଶ୍ୟକ । ଅବସର ପରେ ଆଗକୁ ଓଡିଶା ହକି ଉନ୍ନତି ପାଇଁ କାମ କରିବେ ବୋଲି ଟୁଇଟରେ ଲେଖିଛନ୍ତି ଲିଲିମା ମିଞ୍ଜ ।

 

ମହିଳା ହକିରୁ ଅବସର ନେଇ ଲିଲିମାଙ୍କ ଘୋଷଣା ପରେ ହକି ଇଣ୍ଡିଆ ନିଜର ପ୍ରତିକ୍ରିୟା ଦେଇଛି। ହକି ଇଣ୍ଡିଆ ତରଫରୁ କୁହାଯାଇଛି ଯେ, ଲିଲିମା ମିଞ୍ଜଙ୍କ ଅବଦାନକୁ ଭୁଲିହେବ ନାହିଁ।

ସମ୍ବନ୍ଧିତ ଖବର