ଭୁବନେଶ୍ୱର : ଅନ୍ତର୍ଜାତୀୟ ପଦାର୍ପଣର ଦୀର୍ଘ ୮ ବର୍ଷ ପରେ ଘରୋଇ ପରିବେଶରେ ଖେଳିବାକୁ ଯାଉଛନ୍ତି ଓଡ଼ିଆ ଝିଅ ଲିଲିମା ମିଞ୍ଜ। ଘରୋଇ ପରିବେଶରେ ପ୍ରଥମ ଥର ଖେଳିବା ନେଇ ସେ ବେଶ୍ ଉଲ୍ଲସିତ ଅଛନ୍ତି। ଏଥିନେଇ ଲିଲିମା କହିଛନ୍ତି ଯେ ପୂର୍ବରୁ ମୁଁ ଦେଶର ବିଭିନ୍ନ ସ୍ଥାନରେ ମ୍ୟାଚ୍ ଖେଳିଛି। ହେଲେ କଳିଙ୍ଗ ଷ୍ଟାଡିୟମରେ ଖେଳିବା ମୋ ପାଇଁ ଅଧିକ ଗୁରୁତ୍ବ ରଖେ। ଘରୋଇ ପରିବେଶରେ ଏବଂ ନିଜ ଲୋକଙ୍କ ଗହଣରେ ଖେଳିବା ନୂଆ ଏବଂ ସ୍ମରଣୀୟ ଅଭିଜ୍ଞତା ହେବ ବୋଲି ଭାବୁଛି। କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ଅନ୍ତର୍ଜାତୀୟ ମହିଳା ହକି ମ୍ୟାଚ୍ ଆୟୋଜନ ହେବ। ଏହା ଓଡ଼ିଶାରେ ମହିଳା ହକିକୁ ନୂଆ ମୋଡ଼ ଦେବ। ଆମ ରାଜ୍ୟରେ ମହିଳା ହକିର ଲୋକପ୍ରିୟତା ନିଶ୍ଚିତ ଭାବେ ପୂର୍ବାପେକ୍ଷା ବଢ଼ିବ। ପ୍ରତିପକ୍ଷ ଆମେରିକାକୁ ଏକ ଶକ୍ତିଶାଳୀ ଦଳ ଭାବେ ବର୍ଣ୍ଣନା କରିଛନ୍ତି ଲିଲିମା। ସେ କହିଛନ୍ତି ବିଶ୍ବ ମାନ୍ୟତାରେ ଆମେରିକା ହୁଏତ ଆମଠୁ ପଛରେ ଅଛି। ହେଲେ ଦଳଗତ ଭାବେ ସେମାନେ ବେଶ୍ ଶକ୍ତିଶାଳୀ। ଆମେରିକା ସହ ପୂର୍ବରୁ ଆମେ ଏକାଧିକ ମ୍ୟାଚ୍ ଖେଳିଛୁ। ସେମାନଙ୍କ ଦୋଷ ଦୁର୍ବଳତା ବି ଜାଣିଛୁ। ଦେଢ଼ ଶହରୁ ଅଧିକ ମ୍ୟାଚ୍ ଖେଳି ସାରିଥିବା ଲିଲିମା ବ୍ୟକ୍ତିଗତ ଭାବେ କଳିଙ୍ଗ ଷ୍ଟାଡିୟମରେ ନିଜ ଛାପ ଛାଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି। ଆଜମିନା କୁଜୁର, ମାରିଆନା କୁଜୁରଙ୍କ ଭଳି ଖେଳାଳିଙ୍କୁ ସେ ଓଡ଼ିଶା ହକିର ଭବିଷ୍ୟତ ଭାବେ ବର୍ଣ୍ଣନା କରିଛନ୍ତି। ଦେଢ଼ ଶହରୁ ଅଧିକ ମ୍ୟାଚ୍ ଖେଳି ସାରିଥିବା ଲିଲିମା ଆଘାତପ୍ରାପ୍ତ ହେବା ପରେ ନିଜ ଖେଳ ଜୀବନକୁ ନେଇ ଚିନ୍ତାରେ ଥିଲେ। ଏବେ କିନ୍ତୁ ସେ ପୂରା ଫିଟ୍ ଅଛନ୍ତି। ଯେତେ ସମ୍ଭବ ଅଧିକ ମ୍ୟାଚ୍ ଖେଳିବା ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ଲିଲିମା ମତ ରଖିଛନ୍ତି।
ଦୀର୍ଘ ୮ ବର୍ଷ ପରେ ଘରୋଇ ପରିବେଶରେ ଖେଳିବା ନେଇ ଉଲ୍ଲସିତ ଓଡ଼ିଆ ଝିଅ ଲିଲିମା ମିଞ୍ଜ
/sambad/media/post_attachments/wp-content/uploads/2019/10/Lilima-MinzIndian-womens-Hockey-team-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)